fbpx

ନୂଆବର୍ଷରେ ଏହି ୬ଟି ସ୍କିମରେ ଇନଭେଷ୍ଟ ଆରମ୍ଭ କରନ୍ତୁ, ଭବିଷ୍ୟତରେ ମିଳିବ ଶାନଦାର ରିଟର୍ଣ୍ଣ

ଆଜି ହେଉଛି ନୂଆବର୍ଷ ୨୦୨୨ର ପ୍ରଥମ ଦିବସ । ଏପରି ସ୍ଥଳେ ଆପଣ ବର୍ଷ ପହିଲାରୁ ଠିକ୍ କ୍ଷେତ୍ରରେ ନିବେଶ କରିବା ଦରକାର । ବୁଝି ବିଚାରି ଇନଭେଷ୍ଟ କରିବା ଫଳରେ ଆପଣ ଭବିଷ୍ୟତରେ ଶାନଦାର ରିଟର୍ଣ୍ଣ ପାଇପାରିବେ । ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ:-

୧- ମ୍ୟୁଚୁଆଲ ଫଣ୍ଡ: ମ୍ୟୁଚୁଆଲ ଫଣ୍ଡରେ ଆପଣ ଏସଆଇପି କରି ନିବେଶ କରି ପାରିବେ । ଏହାର ଫାଇଦା ଉଠାଇବାକୁ ହେଲେ ଆପଣଙ୍କୁ ଦୀର୍ଘ ଅବଧି ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ । ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟ ସର୍ବଦା ପ୍ରଫିଟ ରହିଥାଏ । ଆପଣ ପ୍ରାରମ୍ଭିକ ନିବେଶ ସମୟରେ ହାଇବ୍ରିଡ୍ ସ୍କିମରେ ନିବେଶ କରିପାରିବେ ।

୨- ସ୍ମଲ ସେଭିଂ ସ୍କିମ୍: ଯଦି ଆପଣ ପରମ୍ପରାଗତ ନିବେଶ ଉପରେ ଅଧିକ ଫୋକସ ଦେବାକୁ ଚାହାନ୍ତି ତେବେ ସ୍ମଲ ସେଭିଂରେ ନିବେଶ କରିପାରିବେ । ଏଥିରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ନ୍ୟାସନାଲ ପେନସନ ସ୍କିମ, ସିନିୟର ସିଟିଜେନ ସେଭିଂ ସ୍କିମ, ସୁକନ୍ୟା ସମୃଦ୍ଧି ଯୋଜନା ପରି ଅନେକ ସୁଯୋଗ ରହିଛି ।

୩- ରିୟଲ ଇଷ୍ଟେଟ: ରିୟଲ ଇଷ୍ଟେଟର ଚାହିଦା ଆଜି ରହିଛି ଆଗକୁ ମଧ୍ୟ ଅଧିକ ମାତ୍ରାରେ ବଢ଼ିବ । ତେଣୁ ଯଦି ଆପଣ ଏଥିରେ ନିବେଶ କରିବାକୁ ଚାହୁଁଥିବେ, ତେବେ ଏଥିରୁ ଭଲ ରିଟର୍ଣ୍ଣ ପାଇପାରିବେ । ଏଥିରୁ ଆପଣ ଟ୍ୟାକ୍ସ ବେନିଫିଟ ପାଇବା ସହ ଭାଲ୍ୟୁ ଇନଭେଷ୍ଟମେଣ୍ଟର ଫାଇଦା ମିଳିଥାଏ ।

୪- କ୍ରିପ୍ଟୋକରେନ୍ସି: ଗତ ଦୁଇବର୍ଷ ହେଲା କ୍ରିପ୍ଟୋକରେନ୍ସିରେ ଭଲ ରିଟର୍ଣ୍ଣ ନିବେଶକଙ୍କୁ ମିଳିଛି । ଏହାର ଚାହିଦା କ୍ରମାଗତ ଭାବେ ଆଗକୁ ବଢ଼ି ଚାଲିଛି । ବିଶ୍ୱର ଅନେକ ଦେଶ ଏହାକୁ ରେଗୁଲେଟ କରିବା ନେଇ କାର୍ଯ୍ୟ ଜାରି ରଖିଛନ୍ତି । ୨୦୨୫ ମଧ୍ୟରେ ବିଟକଏନ ୨ ଲକ୍ଷ ଡଲାର ସ୍ତରକୁ ଛୁଇଁବ ବୋଲି କ୍ରିପ୍ଟୋ ବଜାର ଏକ୍ସପର୍ଟମାନେ ଅନୁମାନ କରିଛନ୍ତି ।

୫- ଷ୍ଟକ୍ ମାର୍କେଟ୍: ଗତ ବର୍ଷ ଷ୍ଟକ୍ ମାର୍କେଟ ନିବେଶକମାନଙ୍କୁ ଶାନଦାର ରିଟର୍ଣ୍ଣ ପ୍ରଦାନ କରିଛି । ବିଗତ କିଛି ବର୍ଷ ଧରି ଇକ୍ୱିଟି ମାର୍କେଟ ନିବେଶକଙ୍କୁ ଆକର୍ଷିତ କରିଛି । ବଜାର ବିଷୟରେ ଅନୁଧ୍ୟାନ କରିବା ପରେ ଷ୍ଟକରେ ଧୀରେଧୀରେ ନିବେଶ କରିବା ଦରକାର । ମ୍ୟୁଚୁଆଲ ଫଣ୍ଡର ୟୁନିଟ କିଣିବା ଅପେକ୍ଷା ଷ୍ଟକ ମାର୍କେଟରେ ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ କରିବା ଦରକାର ।

୬- ପ୍ରି-ଆଇପିଓ: ଆପଣ ପ୍ରି-ଆଇପିଓରେ ଇନଭେଷ୍ଟ କରି ଶାନଦାର ପ୍ରଫିଟ ପାଇପାରିବେ । ଏଥିପାଇଁ ଆପଣଙ୍କୁ ବଜାରର ସ୍ଥିତି ବିଷୟରେ ଜାଣିବା ନିହାତି ଜରୁରୀ । ଏଥିରେ ନିବେଶ କରିବା ନିଶ୍ଚିତ ରିସ୍କି ହୋଇଥାଏ । ଯଦି ରିସ୍କର କାଲକୁଲେସନର ବେହତର ରହେ, ତେବେ ରିଟର୍ଣ୍ଣ ଅଧିକ ମିଳିଥାଏ ।

Get real time updates directly on you device, subscribe now.