fbpx

ପାରାଦୀପରେ ଫାଟିଲା IOCL ତେଲ ପାଇପ, ମାଟିରେ ମିଶୁଛି ହଜାର ହଜାର ଲିଟର ଅଶୋଧିତ କ୍ରୁଡ଼ ଅଏଲ

ଜଗତସିଂହପୁର: ପାରାଦୀପରେ ଫାଟିଲା IOCL ପାଇପ। IOCL ‘ଟାଉନସିପି ନିକଟରେ ଘଟିଛି ଏହି ଅଘଟଣ। ଏହି ପାଇପ ଫାଟିବା ଦ୍ୱାରା ହଜାର ହଜାର ଲିଟର କ୍ରୁଡ଼ ଅଏଲ ମାଟିରେ ମିଶିଛି। ସ୍ଥିତିକୁ ନିୟତ୍ରଣରେ ଆଣିବା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରୟାସ ଜାରି ରଖିଛନ୍ତି। ହଳଦିଆରୁ ପାରାଦୀପ ଅଶୋଧିତ ତୈଳ ଆସିଥାଏ।

ଖବର ମୁତାବକ ମାଟି ତଳେ ଯାଇଥିବା ପାଇପଟି କେଉଁ କାରଣରୁ ଫାଟିଛି ତାହା ଜଣାପଡିନାହିଁ। ଘଟଣା ସ୍ଥଳରେ ଏପରି ତୈଳ ବହୁଛି ଯେ, ଏହା ନଦୀର ଭ୍ରମ ସୃଷ୍ଟି କରିଛି। ଘଟଣା ସ୍ଥଳରେ IOCL ଅଧିକାରୀ ଆସି ପହଂଚିଛନ୍ତି। କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଦୁଇପଟ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଘଟଣା ସ୍ଥଳରେ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ଥିବାରୁ ସମସ୍ତଙ୍କୁ ସେଠାରୁ ଘଉଡ଼େଇବାକୁ ଚେଷ୍ଟା କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳକୁ କାହାରିକୁ ଛଡା ଯାଉନାହିଁ।

Get real time updates directly on you device, subscribe now.