fbpx
BSKY
BJD MC SKY
BJD YOUTH SKY

IPL 2024 Auction: ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ, ଜାଣନ୍ତୁ ତାଙ୍କ ଦାମ୍ କେତେ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଜାରି ରହିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ବିଭିନ୍ନ ଦଳ ମାନେ ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ କିଣୁଛନ୍ତି । ଏଥର ଦୁବାଇରେ ଏହି ଆଇପିଏଲ୍‌ ମିନି ଅକ୍ସନ ଅନୁଷ୍ଠିତ ହେଉଛି । ତେବେ ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ଆଇପିଏଲ୍‌ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି। ତାଙ୍କର ମୂଲ୍ୟ ୪ କୋଟି ଟଙ୍କାରେ ନିର୍ଦ୍ଧାରଣ ହୋଇଛି। ଚଳିତ ଆଇପିଏଲ ନିଲାମର ପ୍ରଥମ ସେଟରେ ହ୍ୟାରିଙ୍କ ନାମ ଥିଲା । ଇଂଲଣ୍ଡର ଏହି ବିସ୍ଫୋରକ ବ୍ୟାଟରଙ୍କ ନାମ ଆସିବା ମାତ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଡ୍‌ ଲଗାଇଥିଲା। ଦିଲ୍ଲୀ ସହିତ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି ଖେଳାଳିଙ୍କ ଉପରେ ବିଡ୍‌ ଲଗାଇଥିଲା। ହେଲେ ଶେଷରେ ଦିଲ୍ଲୀ ହ୍ୟାରିଙ୍କୁ ୪ କୋଟି ଟଙ୍କା ଦେଇ ନିଜ ଦଳରେ ସାମିଲ କରିଛି।

ହ୍ୟାରି ବ୍ରୁକ:- ଏ ପର୍ୟ୍ୟନ୍ତ କେବଳ ଗୋଟିଏ ଆଇପିଏଲ୍‌ ସିଜନ ଖେଳିଛନ୍ତି । ଗତ ବର୍ଷର ଆଇପିଏଲ ନିଲାମରେ, ସନରାଇଜର୍ସ ହାଇଦ୍ରାବାଦ ଦଳ ୧୩.୨୫ କୋଟି ଟଙ୍କାର ବିପୁଳ ପରିମାଣର ବିଡ୍‌ କରି ତାଙ୍କୁ ନିଜ ଦଳରେ ସାମିଲ କରିଥିଲା, କିନ୍ତୁ ହ୍ୟାରିଙ୍କର ଆଇପିଏଲ ୨୦୨୩ରେ ସେତେଟା ଭଲ ରେକର୍ଡ ହୋଇ ନ ଥିଲା। କିନ୍ତୁ ସେ ଜଣେ ଭଲ ବ୍ୟାଟର ଭାବେ ନା କମେଇଛନ୍ତି।

ସୂଚନା ଥାଉକି, ନିଲାମ ପ୍ରକ୍ରିୟା ମୋଟ ୩୩୩ ଖେଳାଳି ନାଁ ରହିଥିବା ବେଳେ ୧୦ଟି ପ୍ରାଞ୍ଚାଇଜ୍‌ ୭୭ ଖେଳାଳିଙ୍କୁ କିଣିପାରିବେ । ଏଥିରେ ୨୪୧ ଜଣ ଭାରତୀୟ ଖେଳାଳିଙ୍କ ନାମ ରଖାଯାଇଛି। ସେହିପରି ବିଦେଶରୁ ୧୧୯ ପ୍ଲେୟାରଙ୍କ ନାମ ରଖାଯାଇଛି । ଯେଉଁଥିରେ ୧୧୧ କ୍ୟାପ ଏବଂ ୨୧୫ ଅନ୍‌କ୍ୟାପ ଖେଳାଳି ରହିଛନ୍ତି ।

Get real time updates directly on you device, subscribe now.