fbpx
BJD SKY
BJD SKY

ଆସିଲା IPL ମ୍ୟାଚ୍ ସୂଚୀ, ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଖେଳ

BJD

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ର ୧୭ ତମ ସଂସ୍କରଣ ପାଇଁ ମ୍ୟାଚ୍ ସୂଚୀ ଗୁରୁବାର ଘୋଷଣା କରାଯାଇଛି। ଏହି ମ୍ୟାଚର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ ବର୍ତ୍ତମାନର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ ବୋଲି ସୂଚୀରେ ପ୍ରକାଶ କରାଯାଇଛି। CSKର ଅଧିନାୟକତ୍ୱ ମହେନ୍ଦ୍ର ସିଂ ଧୋନିଙ୍କ ହାତରେ ରହିଛି। ତେବେ ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୧୭ ଦିନ ପାଇଁ ଆଇପିଏଲ୍ ୨୦୨୪ ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୨୧ଟି ମ୍ୟାଚ୍ ଖେଳାଯିବ। ଏହାପୂର୍ବରୁ ୨୦୧୯ ବର୍ଷରେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଇପିଏଲ୍ ଆୟୋଜିତ ହୋଇଥିଲା।

ସୂଚନା ଅନୁଯାୟୀ, ୨୨ ତାରିଖରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ଆଉ ଏହା ପରେ ୨୩ ତାରିଖରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ଦ୍ୱିତୀୟ ଦିନରେ ପ୍ରଥମେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୋହାଲିରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ଟି ଦିନ ୩.୩୦ରେ ଆରମ୍ଭ ହେବ। ସେହିପରି ସନ୍ଧ୍ୟା ୭.୩୦ରେ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ ଖେଳିବେ। ଅନ୍ୟପଟେ ମାର୍ଚ୍ଚ ୨୪ରେ ମଧ୍ୟ ଡବଲ ହେଡର ରହିଛି। ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଲଢ଼େଇ କରିବେ। ପ୍ରଥମ ଦଫାରେ ଏପ୍ରିଲ ୭ ଯାଏ ହେବାକୁ ଥିବା ମ୍ୟାଚ୍‌ ଗୁଡ଼ିକର ସୂଚୀ ଜାରି କରାଯାଇଛି।

ଆଇପିଏଲ୍ ମାଧ୍ୟମରେ T-20 ବିଶ୍ୱକପ୍ ୨୦୨୪ ପାଇଁ ପ୍ରସ୍ତୁତି:-
ଭାରତ ସମେତ ବିଦେଶୀ ଖେଳାଳିମାନେ ଆଇପିଏଲ ମାଧ୍ୟମରେ ଆଗାମୀ T-20 ବିଶ୍ୱକପ ୨୦୨୪ ପାଇଁ ପ୍ରସ୍ତୁତ ହେବେ। କାରଣ ଚଳିତ ବର୍ଷ ଜୁନ୍-ଜୁଲାଇରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ T-20 ବିଶ୍ୱକପ୍ ଆୟୋଜିତ ହେବ। ଚୟନକର୍ତ୍ତାମାନେ ନିଜ ନିଜ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିବେ।

 

IPL schedule

Get real time updates directly on you device, subscribe now.