fbpx
BSKY
BJD MC SKY
BJD YOUTH SKY

IPL 2024 Auction: ସବୁଠାରୁ ଅଧିକ ଦାମରେ ନିଲାମ ହେଲେ ଅଷ୍ଟ୍ରେଲିଆ ଖେଳାଳି ପ୍ୟାଟ୍ କମିନ୍ସ, ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଜାରି ରହିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା । ବିଭିନ୍ନ ଦଳ ମାନେ ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ କିଣୁଛନ୍ତି । ଏଥର ଦୁବାଇରେ ଏହି ଆଇପିଏଲ୍‌ ମିନି ଅକ୍ସନ ଅନୁଷ୍ଠିତ ହେଉଛି । ଏଥିରେ ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି। ତେବେ ଆଇପିଏଲ୍ ଇତିହାସରେ ପ୍ୟାଟ୍ କମିନ୍ସ ସବୁଠାରୁ ମହଙ୍ଗା ଖେଳାଳି ଭାବେ ସ୍ଥାନ ନେଇଛନ୍ତି। କମିନ୍ସଙ୍କୁ କିଣିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟ ସଂଘର୍ଷ କରିଥିଲା, କିନ୍ତୁ ଶେଷରେ ସନରାଇଜର୍ସ ଅଧିକ ଦାମ ରଖି କମିନ୍ସଙ୍କୁ ନିଜ ଦଳକୁ ନେଇଛି।

ସୂଚନା ଥାଉକି, ନିଲାମ ପ୍ରକ୍ରିୟା ମୋଟ ୩୩୩ ଖେଳାଳି ନାଁ ରହିଥିବା ବେଳେ ୧୦ଟି ପ୍ରାଞ୍ଚାଇଜ୍‌ ୭୭ ଖେଳାଳିଙ୍କୁ କିଣିପାରିବେ । ଏଥିରେ ୨୪୧ ଜଣ ଭାରତୀୟ ଖେଳାଳିଙ୍କ ନାମ ରଖାଯାଇଛି। ସେହିପରି ବିଦେଶରୁ ୧୧୯ ପ୍ଲେୟାରଙ୍କ ନାମ ରଖାଯାଇଛି । ଯେଉଁଥିରେ ୧୧୧ କ୍ୟାପ ଏବଂ ୨୧୫ ଅନ୍‌କ୍ୟାପ ଖେଳାଳି ରହିଛନ୍ତି ।

Get real time updates directly on you device, subscribe now.