fbpx

ଆଇପିଏଲ୍ : ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇକୁ ମାତ୍ ଦେଲା ଚେନ୍ନାଇ

ଆଇପିଏଲ୍ : ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇକୁ ମାତ୍ ଦେଲା ଚେନ୍ନାଇ
ଆବୁଧାବି,୨୦ା୯ : ବହୁ ପ୍ରତୀକ୍ଷିତ ଆଇପିଏଲର ତ୍ରୟୋଦଶ ସଂସ୍କରଣ ଶନିବାର ଉଦ୍‌ଘାଟିତ ହୋଇଯାଇଛି । କେରାନା ସଂକ୍ରମଣ ଯୋଗୁ ନିରାଡମ୍ବର ଭାବେ ଆଇପିଏଲ ସିଜିନ-୧୩ ଆରମ୍ଭ ହୋଇଛି । ଆବୁଧାବିସ୍ଥିତ ଶେଖ୍ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଚାରିଥର ଚାମ୍ପିଅନ୍ ତଥା ଗତବର୍ଷର ଟାଇଟଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟ ମାତ୍ ଦେଇ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗ୍‌ସ ପ୍ରଥମ ବିଜୟ ହାସଲ କରିଛି । ଟସ୍ ଜିଣିବା ପରେ ଚେନ୍ନାଇ ସୁପରକିଙ୍ଗ୍‌ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିଦ୍ଧାର୍ରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୨ ରନ୍ କରିଥିଲା ଚେନ୍ନାଇ ସୁପରକିଙ୍ଗ୍‌ସ ୧୬୩ ରନ୍ ବିଜୟ ଲକ୍ଷ୍ୟ ନେଇ ପଛରେ ବ୍ୟାଟିଂ କରିବା ସହ ୧୯.୨ ଓଭରରେ ୫ ୱିକେଟ ହରାଇ ୧୬୬ ରନ୍ କରି ଦମ୍‌ଦାର ବିଜୟ ହାସଲ କରିଛି । ଅମ୍ବାତି ରାୟଡୁ ୪୮ ବଲ୍ ଖେଳି ୬ ଚୌକା ଓ ୩ ଛକା ବଳରେ ମୂଲ୍ୟବାନ ୭୧ ରନ୍ କରିଥିବାବେଳେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଫା ଡୁ ଫ୍ଲେସିସ୍ ୪୪ ବଲ୍‌ରୁ ଅପରାଜିତ ୫୮ ରନ୍ ସଂଗ୍ରହ କରି ଦଳର ବିଜୟ ପାଇଁ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ଅମ୍ବାଟି ରାୟୁଡୁଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କୃତ କରାଯାଇଥିଲା ।

Get real time updates directly on you device, subscribe now.