fbpx

ସେପ୍ଟେମ୍ବର ୧୯ରୁ ପୁଣି ଆଇପିଏଲ୍; ଅକ୍ଟୋବର ୧୫ରେ ଫାଇନାଲ ଫାଇଟ୍

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ ତମ ସଂସ୍କରଣର ବାକି ଥିବା ମ୍ୟାଚ୍ ୧୯ ସେପ୍ଟେମ୍ବରରେ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମୁକାବିଲା ୧୫ ଅକ୍ଟୋବରରେ ହେବ । ବିସିସିଆଇର ଜଣେ ଅଧିକାରୀ ଏହି ବିଷୟରେ ସୂଚନା ଦେଇଛନ୍ତି । ବିସିସିଆଇର ସ୍ୱତନ୍ତ୍ର ବୈଠକରେ ଆଇପିଏଲ ୨୦୨୧ର ବଳକା ୩୧ ମ୍ୟାଚ୍କୁ ୟୁଏଇରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ କେତେକ ଖେଳାଳି ଓ କୋଚ୍ କରୋନା ପଜେଟିଭ୍ ହେବାରୁ ବିସିସିଆଇ ମେ ୪ରେ ମ୍ୟାଚ୍କୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖିଥିଲା ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ବୋର୍ଡ ମ୍ୟାଚ୍ ପୂରା କରିବା ପାଇଁ ୨୫ ଦିନର ଅବଧି ଖୋଜୁଥିଲା । ଏଥିସହ ୟୁଏଇ ବୋର୍ଡ ସହ ବୈଠକ ଭଲ ରହିଲା ଏବଂ ବିସିସିଆଇର ବିଶେଷ ବୈଠକ ପୂର୍ବରୁ ୟୁଏଇ ମୌଖିକ ଭାବେ ସହମତି ଦେଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ସମ୍ପ୍ରତି ଭାରତୀୟ ଟିମ୍ ଇଂଲଣ୍ଡ ଗସ୍ତରେ ଅଛି । ଏହି ଗସ୍ତ ୧୪ ସେପ୍ଟେମ୍ବରରେ ସମାପ୍ତ ହେବ । ୧୫ ସେପ୍ଟେମ୍ବରରେ ଇଣ୍ଡିଆ ଟିମ୍ ୟୁଏଇ ପହଞ୍ଚିବା ପରେ ୩ ଦିନ କ୍ୱାରେଣ୍ଟାଇନରେ ରହିବେ । ଏହା ପରେ ୧୯ ସେପ୍ଟେମ୍ବରରେ ଆରମ୍ଭ ହେବ ଆଇପିଏଲ ୧୪ ସଂସ୍କରଣ । ୧୯ ସେପ୍ଟେମ୍ବର ହେବାକୁ ଯାଉଥିବା ଆଇପିଏଲ୍ ବଳକା ମ୍ୟାଚ୍ ସରଜାହା, ଦୁବାଇ ଓ ଆବୁଧାବିରେ ହେବ ।

Get real time updates directly on you device, subscribe now.