fbpx

ଜାରି ହେଲା ବିଜ୍ଞପ୍ତି: ରାଜ୍ୟରେ ନିଯୁକ୍ତି ପାଇବେ ନୂଆ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନୂଆ ମୁଖ୍ୟ ସୂଚନା କମିଶନର (ସିଆଇସି) ନିଯୁକ୍ତି ପାଇବେ । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବର୍ତ୍ତମାନ ରାଜ୍ୟର ସିଆଇସି ପଦରେ ରହିଥିବା ଜଳଦ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଆଜି ସମାପ୍ତ ହେଉଛି । ତେଣୁ ଏହି ପଦ ପୂରଣ ପାଇଁ ରାଜ୍ୟ ସରକାର ବିଜ୍ଞାପନ ଜାରି କରିଛନ୍ତି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନରେ ପ୍ରଦତ୍ତ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଆଶାୟୀମାନେ ଲିଙ୍କକୁ ଯାଇ ଆବେଦନ ଫର୍ମାଟ୍ ଡାଉନଲୋଡ୍ କରି ନଭେମ୍ବର ମାସ ୨ ତାରିଖ ଅପରାହ୍ଣ ୫.୩୦ ସୁଦ୍ଧା ପଠାଇ ପାରିବେ । ରାଜଧାନୀ ଭୁବନେଶ୍ୱର ସ୍ଥିତ ବି-୧, ତୋଷାଳି ଭବନ, ସତ୍ୟନଗରଠାରେ ସିଆଇସି ନିଯୁକ୍ତି ପାଇବେ । ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୬୫ ବର୍ଷ ହୋଇଥିଲେ ସେ ଏହି ପଦ ପାଇଁ ଆବେଦନ କରିବାକୁ ଯୋଗ୍ୟ ସାବ୍ୟସ୍ତ ହେବେ ନାହିଁ । ପ୍ରାର୍ଥୀମାନେ ନିଜ ନିଜର ଆବେଦନ ପତ୍ର ସ୍ପିଡ ପୋଷ୍ଟ / ରେଜିଷ୍ଟର୍ଡ ପୋଷ୍ଟ ଜରିଆରେ ‘ଡାଇରେକ୍ଟର, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଲୋକ ସମ୍ପର୍କ ଭବନ, ୟୁନିଟ-୫, ଭୁବନେଶ୍ୱର-୭୫୧୦୦୧’ ଠିକଣାରେ ପଠାଇବେ । ସୂଚନାଯୋଗ୍ୟ ଯେ, ରାଜ୍ୟ ସୂଚନା କମିଶନରେ ୫ ଜଣ ସଦସ୍ୟ ଓ ଜଣେ ଅଧ୍ୟକ୍ଷ ରହିବା ନେଇ ନିୟମ ରହିଛି । ବର୍ତ୍ତମାନ ଦୁଇଜଣ ସଦସ୍ୟ ରହିଛନ୍ତି । ଅନ୍ୟ ଦୁଇଟି ସଦସ୍ୟ ପଦ ଏବେ ବି ଖାଲି ପଡ଼ିଛି ।

ବିଜ୍ଞପ୍ତି ଲିଙ୍କ: https://www.rtiodisha.gov.in/files/download_forms/add_761489453_1727957546.pdf

Get real time updates directly on you device, subscribe now.