fbpx

‘ପୁଷ୍ପା’ ଷ୍ଟାଇଲରେ ତସ୍କରୀ: ଭାଇରାଲ୍ ହେଉଛି ଆଇପିଏସ୍ ଙ୍କ ଟୁଇଟ୍; କହିଲେ- ‘ପୁଷ୍ପା’ ଝୁକେଗା ଭି…

ମୁମ୍ବାଇ: ବର୍ତ୍ତମାନ “ପୁଷ୍ପା: ଦ ରାଇଜ୍” ଫିଲ୍ମର କ୍ରେଜ୍ ସର୍ବତ୍ର ଦେଖିବାକୁ ମିଳୁଛି । ଏହି କ୍ରମରେ ଜଣେ ଆଇପିଏସ୍ ଙ୍କ ଟୁଇଟ୍ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଲାଲଚନ୍ଦନ ତସ୍କରଙ୍କୁ ଧରାଯିବା ପରେ ଆଇପିଏସ୍ ଏହି ଟୁଇଟ୍ ଲେଖି ସେୟାର୍ କରିଥିଲେ । ସେ ନିଜ ଟୁଇଟ୍ ରେ ଲେଖିଛନ୍ତି – “ପୁଷ୍ପା ଝୁକେଗା ଭି ଔର୍ ଧରା ଭି ଜାୟେଗା” । ୟୁଜର୍ସ ମାନେ ଏବେ ଆଇପିଏସ୍ ଙ୍କ ଟୁଇଟ୍ ରେ ରିଆକ୍ଟ ଦେବାରେ ଲାଗିଛନ୍ତି ଓ ଏହା ସମସ୍ତଙ୍କୁ ପସନ୍ଦ ବି ଆସୁଛି ।

ସୂଚନା ଯେ, ମହାରାଷ୍ଟ୍ରରୁ ଗିରଫ ଲାଲଚନ୍ଦନ ତସ୍କର ଓ ୨ କୋଟି ୪୫ ଲକ୍ଷ ଟଙ୍କା କାଠ ମାମଲାରେ ୟୁପି ସାମଲୀ ଜିଲ୍ଲାର ଆଇପିଏସ୍ ସୁକ୍ରିତି ମାଧମ ମିଶ୍ରା ମଜାଦାର ପ୍ରତିକ୍ରିୟା ଦେଇଛନ୍ତି । ନିଜ ଟୁଇଟ୍ ରେ ସେ ଲେଖିଛନ୍ତି- “ରିଲ୍ ଲାଇଫ୍ ରେ ପୁଷ୍ପା ଝୁକେଗା ନହି, ରିୟଲ୍ ଲାଇଫ୍ ରେ ପୁଷ୍ପା ଝୁକେଗା ଭି, ଧରା ଭି ଜାୟେଗା” ।

ଘଟଣା ହେଉଛି; ସାଙ୍ଗଲୀ ଜିଲ୍ଳାରେ ପୁଷ୍ପା ଫିଲ୍ମ ଷ୍ଟାଇଲ୍ ରେ ଲାଲଚନ୍ଦନ କାଠର ତସ୍କରୀ କରାଯାଉଥିଲା । ପୋଲିସ୍ ଏହି କାରବାରର ପର୍ଦ୍ଦାଫାସ୍ କରିଛି । ଗୋଟିଏ ଟ୍ରକ୍ ଲାଲଚନ୍ଦନ କାଠ ଜବତ କରାଯାଇଛି । ଏହାର ମୁଲ୍ୟ ୨ କୋଟି ୪୫ ଲକ୍ଷ ଟଙ୍କା ହେବ । ସାଙ୍ଗଲୀ ପୋଲିସ୍ ଓ ବନ ବିଭାଗର ମିଳିତ ଅପରେସନ୍ ରେ ଏହି ଟ୍ରକ୍ କୁ ଧରାଯାଇଛି ଓ ଜଣଙ୍କୁ ଗିରଫ କରାଯାଇଛି । ଖୁବ୍ ଚାଲାକିର ସହିତ ଏହି ତସ୍କରୀ କରାଯାଉଥିଲା । ଟ୍ରକ୍ ଉପରେ କୋଭିଡ୍ ଆବଶ୍ୟକୀୟ ଜିନିଷ ସପ୍ଲାଏର ଷ୍ଟିକର୍ ବି ଲଗାଯାଇଥିଲା । କାଠ ଉପରେ ଫଳ ପେଟି ରଖି ଚାଲାଣ କରାଯାଉଥିଲା । ଏହି ଘଟଣାରେ ଆଇପିଏସ୍ ଙ୍କ ମଜାଦାର ଟୁଇଟ୍ ସାମନାକୁ ଆସିଛି ।

 

Get real time updates directly on you device, subscribe now.