fbpx

IPS ସସପେଣ୍ଡ: CMଙ୍କ କଡ଼ା ନିର୍ଦ୍ଦେଶ, ଅଭିଯୁକ୍ତଙ୍କ ସହ ଅମାନବୀୟ କାର୍ଯ୍ୟ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସରକାରୀ ଚାକିରି କରୁଥିବା କର୍ମଚାରୀଙ୍କ ମୁଖ୍ୟ କର୍ତ୍ତବ୍ୟ ହେଉଛି ଜନତାଙ୍କ ସେବା କରିବା । ତେବେ ଅନେକ ସମୟ କିଛି ସରକାରୀ କର୍ମଚାରୀ, ପୋଲିସ ନିଜ ପଦର ଫାଇଦା ଉଠାଇ କିଛି ଦୁର୍ବଳ ତଥା ନିରୀହ ଲୋକଙ୍କ ଉପରେ ଦାଉ ସାଧିଥାନ୍ତି । ଏପରିକି ପୋଲିସ ହେପାଜତରେ ଥାଇ ଅନେକ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିବା ଏକାଧିକ ଖବର ମଧ୍ୟ ସାମ୍ନାକୁ ଆସିଛି ।

ତେବେ ନିକଟରେ ଅଭିଯୁକ୍ତଙ୍କୁ କଠୋର ନିର୍ଯାତନା ଦେଇ ଜଣେ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ତାମିଲନାଡ଼ୁରୁ ଏଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି । ଉକ୍ତ ଆଇପିଏସଙ୍କ ନାମ ବଲବୀର ସିଂହ ହୋଇଥିବା ବେଳେ ତାଙ୍କୁ ନିଲମ୍ବିତ କରିବା ଆଦେଶ ଦେଇଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ।

ସୂଚନା ମୁତାବକ, ବଲବୀରଙ୍କ ବିରୋଧରେ ଅଭିଯୁକ୍ତଙ୍କୁ ନିର୍ଯାତନା ଦେବା, ସେମାନଙ୍କର ଦାନ୍ତ ଓପାଡ଼ିବା ପରି ଅମାନବନୀୟ ଅଭିଯୋଗ ରହିଥିଲା । ତେବେ ପୋଲିସ ହେପାଜତରେ ଥିବା ସମୟରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ମାମଲାରେ କୌଣସି ବୁଝାମଣା କରାଯିବ ନାହିଁ ବୋଲି ଷ୍ଟାଲିନ କହିଛନ୍ତି । ସେଥିପାଇଁ ସେ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଆଇପିଏସ ଅଧିକାରୀଙ୍କୁ ସସପେଣ୍ଡ ଅର୍ଡର ଦେଇଥିଲେ । ଏକ ହତ୍ୟା ମାମଲାରେ ଜଣେ କିଶୋର ସହିତ ୫ ଜଣଙ୍କୁ ଗିରଫ କରାଯାଇଥିଲା । ମାତ୍ର ପଚରାଉଚରା ସମୟରେ ବଲବୀର ସେମାନଙ୍କୁ କଠୋର ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା ।

Get real time updates directly on you device, subscribe now.