fbpx

ଇରାନୀ ରାୟଙ୍କୁ ମିଳିଲା ବଡ଼ ଦାୟିତ୍ୱ: ବିଜେଡି ପକ୍ଷରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନର ମତଦାନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭଳି ସ୍ଥିତିରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି ।

ତେବେ ନିକଟରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ନୟାଗଡ଼ର ଅନ୍ୟତମ ନେତ୍ରୀ ଇରାନୀ ରାୟଙ୍କୁ ବିଜେଡିରେ ନୂଆ ଦାୟିତ୍ୱ ମିଳିଛି । ନୟାଗଡ଼ ଜିଲ୍ଲାର ସହପର୍ଯ୍ୟବେକ୍ଷକ ଭାବେ ଇରାନୀଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଏହି ନିଯୁକ୍ତି ତ୍ୱରିତ ଭାବେ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ସୂଚନା ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ରାଜ୍ୟ ବିଧାନସଭା ନିର୍ବାଚନରେ ଇରାନୀ ନୟାଗଡ଼ ଆସନରୁ ବିଜେପି ତରଫରୁ ପ୍ରାର୍ଥୀ ହୋଇ ୬୬ ହଜାରରୁ ଅଧିକ ଭୋଟ ପାଇଥିଲେ । ଇରାନୀ ବିଜେଡି ପ୍ରାର୍ଥୀ ଅରୁଣ ସାହୁଙ୍କ ଠାରୁ ପାଖାପାଖି ୧୫ ହଜାର ଭୋଟରେ ପରାଜିତ ହୋଇଥିଲେ ହେଁ ଦୁହିଁଙ୍କ ମଧ୍ୟରେ କଡ଼ା ଟକ୍କର ଦେଇଥିଲେ । ନିକଟରେ ସେ ପଦ୍ମ ଛାଡ଼ି ଶଙ୍ଖରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.