fbpx

ଆଗ୍ରା, ମଥୁରା, ଅମୃତସର ଓ ମାତା ବୈଷ୍ଣୋଦେବୀ ମନ୍ଦିର ଭ୍ରମଣ କରିବାର ଅଫର୍ ମିସ୍ କରନ୍ତୁନି: ଜାଣନ୍ତୁ IRCTCର ନର୍ଥ ଇଣ୍ଡିଆ ପ୍ୟାକେଜର ବୁକିଂ ଡିଟେଲ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଏକ ଖାସ୍ ଭ୍ରମଣ ଅଫର୍ ଲଞ୍ଚ କରାଯାଇଛି । ଆଇଆରସିଟିସିର ଏହି ନର୍ଥ ଇଣ୍ଡିଆ ପ୍ୟାକେଜରେ ଆପଣ ଆଗ୍ରା, ମଥୁରା, ଅମୃତସର ଓ ମାତା ବୈଷ୍ଣୋଦେବୀ ମନ୍ଦିର ସହଜରେ ବୁଲି ପାରିବେ । ଏହି ପ୍ୟାକେଜରେ ୭ଟି ରାତି ଓ ୮ଟି ଦିନ ରହିଥିବା ବେଳେ ଆସନ୍ତା ମେ ମାସ ୨୭ ତାରିଖରୁ ଏହି ଯାତ୍ରାର ଶୁଭାରମ୍ଭ ହେବ ।

ପ୍ୟାକେଜରେ ବିଶାଖାପଟ୍ଟନମ, ଧର୍ମଶାଳା, ଅମୃତସର ମାତା ବୈଷ୍ଣାଦେବୀ ଭ୍ରମଣ ପାଇଁ ଇକୋନୋମୀ କ୍ଲାସର ବିମାନ ଟିକେଟ ରହିଛି । ଏଥିରେ ଆପଣ ଅମୃତସରରେ ୨ ରାତି, ଧର୍ମଶାଳାରେ ୨ରାତି ଓ କଟରାରେ ୨ ରାତି ଓ ତିନି ତାରକା ହୋଟେଲରେ ରହିବାର ସୁଯୋଗ ମିଳିବ । ଉକ୍ତ ରହଣି ସମୟରେ ଆପଣଙ୍କ ପାଇଁ ଡିନର ଓ ବ୍ରେକଫାଷ୍ଟର ବ୍ୟବସ୍ଥା କରାଯିବ । ଆପଣମାନେ ବିମାନରେ ଫେରିବେ ଓ ଏସି ଗାଡ଼ିରେ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବେ । ଅଧିକ ଜାଣିବା ପାଇଁ ଆପଣ ଆଇଆରସିଟିସି ୱେବସାଇଟ irctctourism.com ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.