IRCTCର ସ୍ୱତନ୍ତ୍ର ଟ୍ରେନ୍; ତୀର୍ଥଯାତ୍ରା ସହ ମିଳିବ ରାମାୟଣ ଜ୍ଞାନ

ନୂଆଦିଲ୍ଲୀ: ଭାଗବାନ ରାମଙ୍କ ଜୀବନ ସହ ଜଡ଼ିତ ତୀର୍ଥ ସ୍ଥଳଗୁଡ଼ିକର ଯାତ୍ରା କରିବା ପାଇଁ ଆଇଆରସିଟିସି ରାମାୟଣ ଯାତ୍ରାର ଯୋଜନା କରିଛି । ଏହା ଅନୁଯାୟୀ ପ୍ରଥମ ରାମାୟଣ ସର୍କିଟ ଟ୍ରେନ ରବିବାର ଦିଲ୍ଲୀ ସଫଦରଜଙ୍ଗ ଠାରୁ ଆରମ୍ଭ ହେବ । ଏହି ଟ୍ରେନ ଭଗବାନ ରାମଙ୍କ ଜୀବନ ସହ ଜଡ଼ିତ ପ୍ରମୁଖ ସ୍ଥଳ ଗୁଡ଼ିକର ଦର୍ଶନ କରାଇବ । ଅଯୋଧ୍ୟା ସହ ଅନେକ ତୀର୍ଥ ସ୍ଥଳ ଯିବ ଏହି ଟ୍ରେନ । ଯାତ୍ରାର ପ୍ରଥମ ଚରଣ ଅଯୋଧ୍ୟ ହେବ, ଯେଉଁଠାରେ ଶ୍ରୀରାମ ମନ୍ଦିର, ଶ୍ରୀ ହନୁମାନ ମନ୍ଦିରର ଦର୍ଶନ କରାଇବ । ଆଇଆରସିଟିସି ଅନୁଯାୟୀ ନଭେମ୍ବରରୁ ଜାନୁଆରୀ ମଧ୍ୟରେ ମଦୁରାଇ, ପୁଣେ, ଶ୍ରୀଗଙ୍ଗାନଗର ଏବଂ ଅହମଦାବାଦରୁ ଟ୍ରେନ କ୍ରମଶଃ ୧୬,୨୫,୨୭ ନଭେମ୍ବର ଏବଂ ୨୦ ଜାନୁଆରୀରେ ବାହାରିବ ।

ଏମିତି ରହିଛି ଏହାର ଷ୍ଟପେଜ:

୨୫ ନଭେମ୍ବରରେ ଶ୍ରୀଗଙ୍ଗାନଗରରୁ ବାହାରିବାକୁ ଥିବା ଟ୍ରେନରେ ୧୬ ରାତି ଏବଂ ୧୭ ଦିନର ପ୍ୟାକେଜ ମିଳିବ । ଶ୍ରୀଗଙ୍ଗାନଗରରୁୁ ଆରମ୍ଭ ହେବା ପରେ ଟ୍ରେନ ବରନାଲା, ପଟିଆଲା, ରାଜପୁରା, ଅମ୍ବାଲା କ୍ୟାଣ୍ଟ, କୁରୁକ୍ଷେତ୍ର, କରନାଲ, ପାନୀପତ, ଗୁରୁଗ୍ରାମ, ରେବାଡ଼ୀ, ଅଲବର, ଜୟପୁର, ଆଗ୍ରା ଦୁର୍ଗ, ଇଟାବା ଏବଂ କାନପୁର ଦେଇ ଅଯୋଧ୍ୟା, ସୀତାମଢ଼ୀ, ଜନକପୁର, ବାରଣାସୀ, ପ୍ରୟାଗରାଜ, ଚିତ୍ରକୂଟ, ନାସିକ, ଏହାପରେ ପ୍ରାଚୀନ କିସ୍କିନ୍ଧ୍ୟା ନଗରୀ ହାମ୍ପୀରେ ପହଞ୍ଚିବ ଏହି ଟ୍ରେନର ଶେଷ ଚରଣରେ ରାମେଶ୍ୱରମରେ ପହଞ୍ଚିବ । ଏହି ଯାତ୍ରା ପାଇଁ ଏସି ଫାଷ୍ଟ କ୍ଲାସ ବୁକିଂ ୧,୦୨,୦୯୫ ଟଙ୍କା ପ୍ରତି ଜଣ ଏବଂ ସେକେଣ୍ଡ କ୍ଲାସରେ ୮୨,୯୫୦ ଟଙ୍କା ରହିଛି ।

ସେହିଭଳି ଦକ୍ଷିଣ ଭାରତର ତୀର୍ଥ ସ୍ଥାନ ତଥା ପର୍ଯ୍ୟଟନକୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଇଆରସିଟିସି ମଦୁରାଇରୁ ବଜେଟ ଶ୍ରେଣୀର ଟ୍ରେନ ଚାଳଇବ । ଯେଉଁଥିରେ ସ୍ଲିପର ଶ୍ରେଣୀ କୋଚ ରହିବ । ଟ୍ରେନ ମଦୁରାଇ ଠାରୁ ଡିଣ୍ଡିଗୁଲ, ତିରୁଚିରାପଲ୍ଲୀ, କରୁର, ଇରୋଡ, ସେଲମ, ଜୋଲାରପେଟ୍ଟଇ, କାଟପାଡୀ, ଚେନ୍ନାଇ ସେଣ୍ଟ୍ରାଲ, ରେନିଗୁଣ୍ଟା ଏବଂ କଡପ୍ପା ହୋଇ ହାମ୍ପୀ, ନାସିକ, ଚିତ୍ରକୂଟ, ପ୍ରୟାଗରାଜ ଏବଂ ବାରଣାସୀ ପହଞ୍ଚିବ । ଏହି ଯାତ୍ରା ୧୨ ରାତି ଏବଂ ୧୩ ଦିନର ହେବ