fbpx

ଆୟ କମ୍ ଥିବାରୁ ମହଙ୍ଗା ଯୁଗରେ ଚଳିବାକୁ ସମସ୍ୟା ହେଉଛି କି ? ଆପଣାନ୍ତୁ ଏହି ଉପାୟ ସଞ୍ଚୟ ସହିତ ଭବିଷ୍ୟତ ବି ସୁଧୁରିଯିବ

Advertisement

ନୂଆଦିଲ୍ଲୀ: ଆଜିର ସମୟରେ ଦରଦାମ୍ ଯେପରି ବୃଦ୍ଧି ପାଇଲାଣି ସେଥିରେ ରୋଜଗାର କମ୍ ଥିଲେ ଭଲରେ ଚଳିବା କାଠିକର ପାଠ ହୋଇଯାଉଛି । ଆୟ କମ୍ ଥିଲେ ପେଟରୁ କାଟି ସଞ୍ଚୟ କରିବା ବି ମୁସ୍କିଲ ହୋଇଯାଉଛି । ତେବେ ଆପଣ ବି ଏହି ସମସ୍ୟା ସହ ଯୁଝି ହେଉଥିଲେ ଆମେ ଆପଣଙ୍କୁ ଏଠାରେ ସମାଧାନର ବାଟ କହିବାକୁ ଯାଉଛୁ । ଆପଣ ଯଦି ନିଜର କିଛି ଅଭ୍ୟାସ ବଦଳାଇ ପାରିବେ ତେବେ ଆୟ କମ୍ ଥିଲେ ବି ଆପଣ କାଲି ପାଇଁ କିଛି ସଞ୍ଚୟ କରିପାରିବେ । ଏପରି କିଛି ଅଭ୍ୟାସ ରହିଛି ଯାହାକୁ ଆପଣାଇ ଆପଣ ଆର୍ଥିକ ସ୍ତରରେ ନିଜକୁ ସଶକ୍ତ କରିପାରିବେ ।
ସଞ୍ଚୟ ଅଭ୍ୟାସ:
ଆପଣ ପ୍ରଥମେ ସଞ୍ଚୟ କରିବାର ଅଭ୍ୟାସକୁ ଆପଣାନ୍ତୁ । ଆପଣ ପ୍ରଥମରୁ ସଞ୍ଚୟ କରିବା ଆରମ୍ଭ କରିଦେଲେ କିଛି ସମୟ ପରେ ଆପଣଙ୍କ ହାତକୁ ଭଲ ଦି’ ପଇସା ଆସିଯିବ । ଏହା ସହିତ ଆପଣ ନିଜର ଏହି ସଞ୍ଚୟ ରାଶିକୁ ଠିକ୍ ଯାଗାରେ ନିବେଶ କରିପାରିଲେ ଆପଣଙ୍କୁ ଏଥିରୁ ଭଲ ରିଟର୍ଣ୍ଣ ମଧ୍ୟ ମିଳିବ । ଏହାଦ୍ୱାରା ଆପଣଙ୍କ ସେଭିଂ ଡବଲ ବି ହୋଇଯାଇପାରେ ।
ବାଜେ ଖର୍ଚ୍ଚ ବନ୍ଦ କରନ୍ତୁ:
ଆପଣଙ୍କୁ ବାଜେ ଖର୍ଚ୍ଚ ବା ଅଯଥା ଖର୍ଚ୍ଚ ଉପରେ ଲଗାମ ଲଗାଇବାକୁ ହେବ । ଏଥିପାଇଁ ଆପଣ ପ୍ରତି ମାସରେ ନିଜର ବଜେଟ୍ ପ୍ରସ୍ତୁତ କରନ୍ତୁ ଓ ବଜେଟ୍ ଅନୁଯାୟୀ ଖର୍ଚ୍ଚ କରନ୍ତୁ । ସଞ୍ଚୟ କରିବାର ଏହା ସବୁଠାରୁ ଭଲ ଉପାୟ । ବଜେଟ୍ ତିଆରି କରିବା ଦ୍ୱାରା ଆପଣ ଜାଣିଯିବେ ଆପଣଙ୍କ ମାସିକ ଖର୍ଚ୍ଚ କେତେ ହେଉଛି । ଆପଣ ଏବେ ସେହି ଅନୁଯାୟୀ ଖର୍ଚ୍ଚ କରିବେ ଓ ଆପଣଙ୍କ ପଇସା ଠିକ୍ ଭାବରେ ଖର୍ଚ୍ଚର୍ ହୋଇପାରିବ ।
ସ୍ମାର୍ଟ କ୍ରୟ କରନ୍ତୁ:
ଆପଣ ଯେବେ ବି ମାର୍କେଟକୁ ଯାଉଛନ୍ତି ସେତେବେଳେ କୌଣସି ବି ସାମଗ୍ରୀ ତରବର ହୋଇ କିଣନ୍ତୁ ନାହିଁ । ଆପଣ ଯଦି ପ୍ଲାନିଂ କରି ମାର୍କେଟକୁ ଯିବେ ତେବେ ଆପଣଙ୍କର ବହୁ ପଇସା ବଞ୍ଚିଯିବ । ଏହା ସହିତ ଯଦି ଆପଣ ଅନଲାଇନ ସପିଂ କରୁଛନ୍ତି ତେବେ ଆପଣ ସମସ୍ତ ସାମଗ୍ରୀକୁ ଭଲ ଭାବେ ପରଖି ନେବା ଉଚିତ । ବହୁ ସମୟରେ ଅନଲାଇନ୍ ସାମଗ୍ରୀ ଉପରେ ଆମକୁ ଡିସକାଉଣ୍ଟ ମିଳିଥାଏ । ଏହାଦ୍ୱାରା ଆପଣ କମ୍ ମୂଲ୍ୟରେ ସହଜରେ ଜିନିଷ କିଣିପାରିବେ ।
ସ୍ୱାସ୍ଥ୍ୟ ଉପରେ ଧ୍ୟାନ:
ଆପଣଙ୍କୁ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ବହୁତ ଜରୁରୀ । ବହୁ ସମୟରେ ଆମେ ଷ୍ଟ୍ରେସରେ ଥିବା ବେଳେ ସଞ୍ଚୟ ଉପରେ ଧ୍ୟାନ ନଦେଇ ଅଧିକ ପଇସା ଖର୍ଚ୍ଚ କରିଦେଇଥାଉ । ତେଣୁ ଆପଣଙ୍କୁ ପ୍ରଥମେ ସୁସ୍ଥ ରହିବାକୁ ପଡିବ । ଏହାଦ୍ୱାରା ଆପଣ ବାଜେ ଖର୍ଚ୍ଚ ବନ୍ଦ କରିପାରିବେ ।
ଅନଲାଇନ୍ ସପିଂ କରୁଥିଲେ ଧ୍ୟାନ ରଖନ୍ତୁ:
ଯଦି ଆପଣ ବହୁତ ଅଧିକ ଅନଲାଇନ୍ ସପିଂ କରୁଛନ୍ତି ତେବେ ଆପଣଙ୍କୁ ଏହି ଅଭ୍ୟାସ ବଦଳାଇବାକୁ ହେବ । ବହୁ ସମୟରେ ଆପଣ ଅନଲାଇନ୍ ସପିଂ ଆପସ୍ ବାରମ୍ବାର ଚେକ୍ କରିଥାନ୍ତି । ଏହି ସମୟରେ ଆମକୁ କେଉଁ ଜିନିଷ ଶସ୍ତା ଲାଗିଲେ ଆମେ ତାହା ତୁରନ୍ତ ମଗାଇ ଦେଉ ଯେତେବେଳେ କି ତାହା ଆମର ଦରକାର ନ ଥାଏ । ଆମେ ଡିସକାଉଣ୍ଟ ଓ ଅଫର ଚକ୍କରରେ ଫସିଯାଉ । ଆପଣ ଅନଲାଇନ୍ ସପିଂ ଅଭ୍ୟାସ ବଦଳାଇଦେଲେ ଆପଣଙ୍କର ବହୁ ପଇସା ସଞ୍ଚୟ ହୋଇପାରିବ ।

Get real time updates directly on you device, subscribe now.