fbpx

ଆମ୍ ଆଦମୀ ପାର୍ଟି ଛାଡିଦେବେ କି ସ୍ୱାତୀ ? ଏକ ସାକ୍ଷାତକାରରେ କଲେ ଏପରି ଖୁଲାସା

AAKASH

ନୂଆଦିଲ୍ଲୀ:ଆମ ଆଦମୀ ପାର୍ଟି(ଆପ୍‌)ର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ୱାତୀ ମାଲିୱାଲ । ସ୍ୱାତୀ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ମାରପିଟ୍ ଘଟଣାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସ୍ୱାତୀ ଅଭିଯୋଗ କରିଛନ୍ତି କି ବିଭବ କୁମାର କେବଳ ତାଙ୍କୁ ଥାପଡ ମାରି ନାହାନ୍ତି ବରଂ ବିଧା ଗୋଇଠା ବି ମାରିଛନ୍ତି । ଲୋକସଭା ନିର୍ବାଚନ ମଧ୍ୟରେ ଏହାକୁ ନେଇ ବି ଖୁବ୍ ରାଜନୀତି ହେଉଛି । ଏହାରି ମଧ୍ୟରେ ଏ ପ୍ରଶ୍ନ ଉଠୁଛି କି କ’ଣ ସ୍ୱାତୀ ଆପ୍ ଛାଡିଦେବେ? ଏକ ସାକ୍ଷାତକାରରେ ସେ ଏ ବିଷୟରେ ଖୁଲାସା କରିଛନ୍ତି ।

ସ୍ୱାତୀ କହିଛନ୍ତି ସେ ଆପ୍ ଛାଡିବେ ନାହିଁ । କାରଣ ଏହା ୨ କିମ୍ବା ୩ ଜଣଙ୍କର ଏକ ପାର୍ଟି ନୁହେଁ । ସେ କହିଛନ୍ତି ଯଦି ସେ ସତ କହି ନ ଥାନ୍ତେ ତେବେ ତାଙ୍କର ପାର୍ଟି ସହ ସମ୍ବନ୍ଧ ଖରାପ ହୋଇ ନ ଥାନ୍ତା । ଭୀଷଣ ଭାବରେ ମାଡ ଖାଇବା ପରେ ବି ମୁଁ ନିର୍ବାଚନକୁ ଦେଖି ଚୁପ୍ ରହିବାକୁ ଚେଷ୍ଟା କରିଥିଲି । ମୁଁ ଜାଣିଥିଲି ଏହାର ରାଜନୀତିକରଣ କରାଯିବ । ମୁଁ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲି । କିନ୍ତୁ ଅଭିଯୁକ୍ତ ମୋ ଜରିଆରେ ପୁରା ମହିଳା ସମାଜକୁ କ୍ଷତି ପହଞ୍ଚାଇଛି । ମୁଁ କିନ୍ତୁ ପାର୍ଟିରେ ରହିବି କାରଣ ପାର୍ଟି କେବଳ ୨/୩ ଜଣଙ୍କର ନୁହେଁ । ମୁଁ ଦଳ ପାଇଁ ବହୁ ଶ୍ରମ କରିଛି ଓ ରକ୍ତ ବି ବୁହାଇଛି ।

ସ୍ୱାତୀ କହିଛନ୍ତି କେବଳ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନା ତାଙ୍କୁ ଥାପ୍ପଡ କାଣ୍ଡ ଘଟଣା ପରେ ଫୋନ୍ କରିଥିଲେ ଓ ଘଟଣା ବିଷୟରେ ପଚାରି ବୁଝିଥିଲେ । ସେ କହିଛନ୍ତି ୨୦୦୬ରେ ସେ ଇଂଜିନିୟର ଚାକିରୀ ଛାଡି ଅରବିନ୍ଦ କେଜ୍ରିୱାଲଙ୍କ ସହ ସମାଜସେବା କାମରେ ମନୋନିବେଶ କରିଥିଲେ । ସେ ଆନ୍ନା ହଜାରେ ଆନ୍ଦୋଳନର କୋର୍ କମିଟି ସଦସ୍ୟ ବି ଥିଲେ । ସେ କହିଛନ୍ତି ଦଳ ଗଢିବାରେ ମୋ ଝାଳ ଓ ରକ୍ତ ବିନିଯୋଗ ହୋଇଛି । ମୋର କାହା ସହ କିଛି ଶତ୍ରୁତା ନାହିଁ । ଦିଲ୍ଲୀ ପୋଲିସ ଏହା ଯାଞ୍ଚ କରିବ କି ମୋ ଉପରେ କାହିଁକି ଆକ୍ରମଣ କରାଗଲା ଓ କାହା ଇସାରାରେ କରାଗଲା?

Get real time updates directly on you device, subscribe now.