fbpx

ତୃତୀୟ ମ୍ୟାଚରୁ ବାଦ ପଡି ପାରନ୍ତି ଇଶାନ କିଶାନ: ମୁଣ୍ଡରେ ଆଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ବିପକ୍ଷ ସିରିଜ ଆରମ୍ଭରୁ ଏକ ବଡ ଚିନ୍ତା ପାଲଟିଛି ଆହତ ସମସ୍ୟା । ଭାରତର ଷ୍ୟାର ବୋଲର ଦୀପୀକ ଚହର, ସଳର୍ଯ୍ୟକୁମାର ଯାଦବ ଏବଂ ଋୁତୁରାଜ ଗାଏକ୍ୱାଡଙ୍କ ପରେ ଏବେ ଷ୍ଟାର ଓପନର ଇଶାନ କିଶାନ ମଧ୍ୟ ଆହତ ହୋଇଛନ୍ତି । ସେପଟେ ଶ୍ରୀଲଙ୍କାର ମଧ୍ୟ ପରିସ୍ଥିତି କିଛି ସମାନ ରହିଛି । ଦ୍ୱିତୀୟ ମ୍ୟାଚରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ ଚାନ୍ଦିମାଲଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବା ଜଣାପଡିଛି । ପୂର୍ବରୁ ମହୀଷ ତୀକ୍ଷଣା ଏବଂ ଶିରନ ଫର୍ଣ୍ଣାଣ୍ଡୋ ଆହତ ହୋଇ ଦଳରୁ ବାଦ ପଡିଥିବା ବେଳେ ୱାନିନ୍ଦୁ ହସରଙ୍ଗା କରୋନାରେ ଆକ୍ରାନ୍ତ ହୋଇ ସିରିଜରୁ ବାଦ ପଡିଛନ୍ତି ।

 नई दिल्‍ली. ईशान किशन को श्रीलंका के खिलाफ दूसरे टी20 मैच में सिर पर गेंद लगने के बाद अस्‍पताल में भर्ती कराया गया. ईशान को कांगड़ा के एक अस्‍पताल में भर्ती कराया गया. उनके अलावा श्रीलंकाई बल्‍लेबाज दिनेश चांदीमल को भी इसी अस्‍पताल में लाया गया. (PC:AFP)

ଦ୍ୱିତୀୟ ମ୍ୟାଚରେ ବ୍ୟାଟିଙ୍ଗ ସମୟରେ ଇଶାନ କିଶାନ ଆହତ ହୋଇଥିବା ଦେଖାଯାଇଥିଲା । ଲାହିର କୁମାରଙ୍କର ଏକ ବାଉନ୍ସର ଇଶାନଙ୍କ ହେଲମେଟରେ ବାଜିଥିଲା । ଫଳରେ ମୁଣ୍ଡରେ ମଧ୍ୟ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ ଇଶାନ କିଶାନ । ତେବେ ଏହାପରେ ମେଡିକାଲରେ ତାଙ୍କର ସିଟି ସ୍କାନ କରାଯାଇଛି ଏବଂ ଏବେ ସେ ଡାକ୍ତରଙ୍କ ଚିକିତ୍ସାଧୀନ ରହିଛନ୍ତି । ସେପଟେ ଫିଲ୍ଡିଙ୍ଗ କରୁଥିବା ସମୟରେ ଶ୍ରୀଲଙ୍କାର ୱିକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ ଚାନ୍ଦିମାଲଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିଓôା ଜାରି ରହିଛି । ତେବେ ତୃତୀୟ ଟି-୨୦ରେ ସେ ଖେଳିବେ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟୋକ୍ତି ମିଳି ପାରିନାହିଁ ।

SL skipper Chandimal cops two-match ban | cricket.com.au

ତେଣୁ ଉଭୟଙ୍କ ଆହତ ଯୋଗୁଁ ଏମାନଙ୍କର ତୃତୀୟ ମ୍ୟାଚରେ ଖେଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଇଶାନ କିଶାନ ଏହି ମ୍ୟାଚ ନ ଖେଳନ୍ତି ତେବେ ଦଳରେ ସ୍ଥାନ ପାଇଥିବା ମୟଙ୍କ ଅଗ୍ରୱାଲ ତୃତୀୟ ମ୍ୟାଚରେ ସୁଯୋଗ ପାଇବେ । ସେହିପରି ଦୀନେଶ ଚାନ୍ଦିମାଲ ସୁସ୍ଥ ନହେଲେ ନିରୋଶନ ଡିକୱେଲା ୱିକେଟ କିପରର ଦାୟିତ୍ୱ ଗ୍ରହଣ କରିବେ ।

Get real time updates directly on you device, subscribe now.