fbpx

ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଇଶାନ୍ କିଶାନ୍: ବନ୍ଦ ହୋଇଯିବ କି ଟିମ ଇଣ୍ଡିଆର ଦ୍ୱାର?

ନୂଆଦିଲ୍ଲୀ: ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଦମଦାର ଏଣ୍ଟ୍ରି ପରେ ଟିମ ଇଣ୍ଡିଆକୁ ପେରିବା ଅପେକ୍ଷାରେ ରହିଛନ୍ତି ଷ୍ଟାର କ୍ରିକେଟର ଇଶାନ୍ କିଶାନ୍ । ପୁଣିଥରେ ନୀଳ ଜର୍ସିରେ ଭାରତ ପାଇଁ ଖେଳିବାକୁ ସେ ଅପେକ୍ଷା କରି ରହିଛନ୍ତି । କିନ୍ତୁ ପଦ୍ମ ଘୁଞ୍ଚି ଯିବା ପରି ଇଶାନ୍ କିଶାନଙ୍କ ପାଇଁ ମଧ୍ୟ ଏହି ସୁଯୋଗ ଦୂରେଇ ଚାଲିଛି । ଟିମ ଇଣ୍ଡିଆକୁ କମବ୍ୟାକ କରିବା ପୂର୍ବରୁ ଦୁଲୀପ ଟ୍ରଫିରୁ ମଧ୍ୟ ବାଦ୍ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଇଶାନ୍ କିଶାନ୍ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଇଶାନ୍ ବାଦ୍ ପଡ଼ିବା ପରେ ଟିମ ଇଣ୍ଡିଆକୁ ଫେରିବା ଆଶା ମଧ୍ୟ ବିଳମ୍ବ ହେଉଥିବା ଦେଖାଯାଉଛି ।

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଦୁଲୀପ ଟ୍ରଫିରୁ ବାଦ୍ ପଡ଼ିଛନ୍ତି ଇଶାନ୍ କିଶାନ୍ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ସେ ଖେଳି ପାରିବେ ନାହିଁ ବୋଲି ସୂଚନା ମିଳିଛି । ତେବେ ଟୁର୍ଣ୍ଣାମେଣ୍ଟରେ ଆଗକୁ ସେ ଦଳରେ ସାମିଲ ହେବ କି ନାହିଁ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ରିପୋର୍ଟ ଅନୁସାରେ, ଆହତ ସମସ୍ୟା ଯୋଗୁଁ ଇଶାନ୍ ଦୁଲୀପ ଟ୍ରଫିର ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଥିବା ଅନୁମାନ କରାଯାଉଛି । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ‘ଇଣ୍ଡିଆ ଡି’ ଦଳରେ ସାମିଲ ରହିଥିଳେ ଇଶାନ୍ କିଶାନ୍ । ତେବେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରୁ ସେ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ । ଦୁଲୀପ ଟ୍ରଫି ପାଇଁ ପୂର୍ବରୁ ସଞ୍ଜୁ ସାମସନଙ୍କୁ କୌଣସି ଦଳରେ ସାମିଲ କରାଯାଇ ନଥିଲା ।

ତେବେ ବୁଚି ବାବୁ କ୍ରିକେଟରେ ଇଶାନଙ୍କ ଦମଦାର ପ୍ରଦର୍ଶନ ପରେ ଟିମ ଇଣ୍ଡିଆରେ ତାଙ୍କର କମବ୍ୟାକ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ଦୁଲୀପ ଟ୍ରଫି ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ତାଙ୍କ ପାଇଁ ସମସ୍ୟା ହୋଇପାରେ । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କୁ ଦଳରେ ସାମିଲ କରିବା ନେଇ ବିଚାର କରିପାରେ ଟିମ ଇଣ୍ଡିଆର ଚୟନ କମିଟି । ପ୍ରଥମ ମ୍ୟାଚ ପରେ ଏହି ସିରିଜ ପାଇଁ ଭାରତୀୟ ଘୋଷଣା ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚରେ ଇଶାନ୍ ଅନୁପସ୍ଥିତ ରହିବେ । ତେଣୁ ଭାରତୀୟ ଦଳକୁ ଫେରିବା ସ୍ୱପ୍ନ ଇଶାନଙ୍କ ପାଇଁ ଆଉ କିଛି ଦିନ ବିଳମ୍ବ ହୋଇପାରେ ।

Get real time updates directly on you device, subscribe now.