fbpx
BJD SKY
BJD SKY

ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ଯୁଦ୍ଧରେ ୧୦ ନେପାଳୀ ଛାତ୍ରଙ୍କ ମୃତ୍ୟୁ, ହମାସର ରକେଟ ମାଡ଼

BJD

ନୂଆଦିଲ୍ଲୀ: ଇସ୍ରାଏଲ ଓ ଫିଲିସ୍ତୀନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ବହୁ ଧନଜୀବନ ନଷ୍ଟ ହେବାରେ ଲାଗିଛି । ଏହି ଆକ୍ରମଣ ଫଳରେ ବର୍ତ୍ତମାନ ହଜାର ହଜାର ଜଣକ ଜୀବନ ଚାଲିଯାଇଗଲାଣି । ସେହିପରି ଏହି ଯୁଦ୍ଧ ଭିତରେ ୧୦ ନେପାଳୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ଆସି ପହଞ୍ଚିଛି । ଇସ୍ରାଏଲରେ ନେପାଳ ଦୂତାବାସ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରବିବାର ହମାସ ଆକ୍ରମଣ ଯୋଗୁ ଇସ୍ରାଏଲରେ ପ୍ରାୟ ୧୦ ନେପାଳୀ ଛାତ୍ର ପ୍ରାଣ ହରାଇଛନ୍ତି ବୋଲି ନେପାଳ ଦୂତାବାସର ଅଧିକାରୀ କହିଛନ୍ତି । ଅନ୍ୟପଟେ ସାତଜଣ ନେପାଳୀ ଆହତ ହୋଇଥିବାବେଳେ ଅନ୍ୟ ୧୭ ଜଣ ଇସ୍ରାଏଲର ହାମାସ ଦ୍ୱାରା ବନ୍ଦୀ ହୋଇ ରହିଛନ୍ତି ବୋଲି ନେପାଳର ଇସ୍ରାଏଲର ରାଷ୍ଟ୍ରଦୂତ ପ୍ରକାଶ କରିଛନ୍ତି। ହମାସର ଆକ୍ରମଣରେ ୧୦ ନେପାଳୀ ଛାତ୍ରଙ୍କ ମୃତ୍ୟୁକୁ ANI ରେ ନିଶ୍ଚିତ କରିଛନ୍ତି ଇସ୍ରାଏଲର ନେପାଳ ଦୂତାବାସ।

ସେପଟେ ଇସ୍ରାଏଲରେ ରହୁଥିବା ଏବଂ କାର୍ଯ୍ୟ କରୁଥିବା ଭାରତୀୟମାନେ ଉତ୍ତେଜନା ବୃଦ୍ଧି ପାଇବା ଭିତରେ କୌଣସି ଅଘଟଣର ସମ୍ମୁଖୀନ ହୋଇନାହାଁନ୍ତି, ଯେପରିକି ତେଲ ଆଭିବରେ ଥିବା ଭାରତୀୟ ଦୂତାବାସ ସେମାନଙ୍କ ନାଗରିକଙ୍କଠାରୁ ଅନୁରୋଧ ଗ୍ରହଣ କରି ପର୍ଯ୍ୟଟକଙ୍କ ସମେତ ନିରାପଦରେ ଗତି କରୁଥିବା ସୂଚନା ରହିଛି । ଅନ୍ୟପଟେ ଏହି ଯୁଦ୍ଧ ପରିସ୍ଥିତି ଭିତରେ ଇସ୍ରାଏଲରେ ଥିବା ସମସ୍ତ ଭାରତୀୟଙ୍କୁ ସଚେତନ ରହିବାକୁ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ଆକ୍ରମଣ ଓ ପାଲଟା ଆକ୍ରମଣରେ ଉଭୟ ପକ୍ଷରୁ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.