ଓଡିଶା ଭାସ୍କର: ବର୍ଷାଋତୁ ଚାଲିଛି । ସମସ୍ତେ ଏହାର ମଜା ନେଉଛନ୍ତି । କିନ୍ତୁ , ଅନେକ ସ୍ଥାନରେ ଏହା କାଳରୂପୀ ମଧ୍ୟ ସାଜିଛି । ଯେବେ ବି ବର୍ଷା ହୁଏ, ପାଣିପାଗ ବିଭାଗ ଦ୍ୱାରା ସୂଚିତ କରାଯାଏ ଯେ କେଉଁଠି କେତେ ବର୍ଷା ହେଉଛି । ତଦନୁଯାୟୀ କେଉଁଠି ରେଡ ୱାର୍ଣ୍ଣିଂ ଜାରି ହୁଏ ତ ପୁଣି କେଉଁଠି ୟଲୋ ୱାର୍ଣ୍ଣିଂ । କେତେ ପରିମାଣରେ ବର୍ଷା ହୋଇଛି ତାହା ପାଣିପାଗ ବିଭାଗ ସର୍ବଦା ମିଲିଲିଟରରେ ମାପିଥାଏ । ତେବେ ପାଣିପାଗ ବିଭାଗ ଏହାର ସୂଚନା ଲିଟରରେ କାହିଁକି ଦେଇ ନ ଥାଏ । ଜାଣନ୍ତି ଏହାର କାରଣ କ’ଣ ।
କେତେ ପରିମାଣରେ ବର୍ଷା ହେଉଛି ତାହା ପାଣିପାଗ ବିଭାଗ ମିଲିମିଟରରେ ଦିଏ । ମିଲିଲିଟର ହେଉଛି ବର୍ଷାକୁ ମାପ କରିବାର ଅନ୍ତର୍ଜାତୀୟ ମାନକ । ଏହା ପଛରେ ଏକ ବଡ କାରଣ ରହିଛି । ସାରା ବିଶ୍ୱରେ ବର୍ଷାକୁ ଏଭଳି ମାପ କରାଯାଏ । ଏହି ମାନକରେ ବର୍ଷାର ଭଲ୍ୟୁମକୁ କନର୍ଭଟ କରିବା ସହଜ ହୁଏ । ଉଦାହରଣସ୍ୱରୂପ, ଯଦି କୌଣସି ସ୍ଥାନରେ ୧ ମିଲିଲିଟର ବର୍ଷା ହୋଇଛି ତେବେ ଏହାର ତାତ୍ପର୍ଯ୍ୟ ଏହା ଯେ, ୧ ବର୍ଗ ମିଟରରେ ପ୍ରାୟ ୧ ଲିଟର ପାଣି ଆକାଶରୁ ପଡିଛି । ଫଳରେ ଏଥିରୁ ପାଣିପାଗ ବିଭାଗକୁ ସହଜ ହୁଏ ବର୍ଷାର ଆକଳନ କରିବାକୁ । ବର୍ଷାକୁ ମାପିବା ପାଇଁ ରେନଗଜ ( Rain Guage) ର ବ୍ୟବହାର ହୁଏ । ଏହା ବର୍ଷାକୁ ମାପିବାର ପୁରୁଣା ତରିକା ଅଟେ । ଏହା ଏକ ସାଧାରଣ ଯନ୍ତ୍ର ଅଟେ, ଯେଉଁଥିରେ କାଚର ବୋତଲ ବ୍ୟବହାର ହୁଏ । ଏହା ମିଲିମିଟର କିମ୍ବା ଇଞ୍ଚରେ ବର୍ଷାର ପରିମାଣକୁ ମାପ କରେ । ବୈଜ୍ଞାନିକଙ୍କ ମତ ଅନୁସାରେ, ଏକ ବର୍ଗ ମିଟର କ୍ଷେତ୍ରରେ ଏକ ଇଞ୍ଚ ବର୍ଷାର ପରିମାଣ ପ୍ରାୟ ୧୭.୪ ମିଲିୟନ ଗୈଲନ ପାଣି ସହ ସମାନ ହୁଏ । ଏହାର ଓଜନ ପ୍ରାୟ ୧୪୩ ମିଲିୟନ ପାଉଣ୍ଡ ଅଟେ ।