fbpx

Video; ଜଣାପଡ଼ିଲା କାରଣ, ଏହି କାରଣରୁ ଓଡ଼ିଶାରେ ବଜ୍ରପାତରେ ଚାଲିଯାଉଛି ଏତେ ଲୋକଙ୍କ ଜୀବନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜଣାପଡିଲା ସତ ବଜ୍ରପାତ ମୃତ୍ୟୁରେ କାହିଁକି ୧ନମ୍ବର ଓଡିଶା ? ଏତେ ବଡ଼ ବଡ଼ ରାଜ୍ୟଙ୍କୁ ପଛରେ ପକେଇ ଆଗୁଆ ରହିଛି। ଓଡ଼ିଶାରେ ରହିଛି ଏମିତି ଏକ ଜିନିଷ ଯେଉଁ କାରଣରୁ ବାରମ୍ବାର ଘଟୁଛି ଅଘଟଣ। ବଜ୍ରପାତ ଯୋଗୁଁ ପୋକମାଛି ଭଳି ମରୁଛନ୍ତି ଓଡିଶାର ଲୋକେ। ମୃତ୍ୟୁକୁ ରୋକିବାକୁ ତାଳଗଛ ଲଗାଇବାକୁ ସରକାର ଦେଲେ ପରାମର୍ଶ। ବଜ୍ରପାତ ମୃତ୍ୟୁରେ ଓଡ଼ିଶା ଦେଶରେ ସବୁଠୁ ଆଗରେ। ଗତ ୫ ବର୍ଷରେ ୧୧୦୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟ ହୋଇ ବି ସେଠାରେ ବଜ୍ରପାତ ଜନିତ ମୃତ୍ୟୁ ଗତ ୫ ବର୍ଷରେ ମାତ୍ର ୫୪୨।

ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁ ଅନ୍ୟ ଜିଲ୍ଲା ଠାରୁ ଅଧିକ ରହିଛି। ଗବେଷଣା ଅନୁଯାୟୀ ଓଡ଼ିଶାରେ ଖଣିଜ ପଦାର୍ଥ ଭରପୂର ଥିବାରୁ ବଜ୍ରପାତ ଅଧିକ ହେଉଛି। କାରଣ ଖଣିଜ ପଦାର୍ଥ ହେଲା ବିଦ୍ୟୁତ ସୁପରିବାହୀ। ଆଜି ଯାଏ କୌଣସି ଜ୍ଞାନ କୌଶଳ ଆସିନାହିଁ ଯେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ବଜ୍ରପାତ ହେବ ତାହା ଆକଳନ କରିହେବ। ଗତ ୫ ବର୍ଷରେ ଝାରସୁଗୁଡ଼ାରେ ୭୨ ଓ ବଲାଙ୍ଗିରରେ ୫୫ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି।

ବଜ୍ରପାତ ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଉଛନ୍ତି ସରକାର। ବଜ୍ରପାତ ପ୍ରସଙ୍ଗରେ ଗୃହରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏହାସହ ସେ କହିଛନ୍ତି ୨୩ ଶହ କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ଅଛି। ସେଥିରୁ ୨୦୦ କୋଟି ଟଙ୍କା କ୍ଷତି ପୂରଣ ପାଇଁ ରଖିଛୁ। ପାଣ୍ଠି ଯଥେଷ୍ଠ ଅଛି। ରାଜ୍ୟ ବାହାରେ ବଜ୍ରପାତରେ ଓଡ଼ିଆଙ୍କ ମୃତ୍ୟୁ ହେଲେ ସେମାନଙ୍କୁ କ୍ଷତି ପୂରଣ ଦେବାକୁ ସରକାର ବିଚାର ବିମର୍ଶ କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

Get real time updates directly on you device, subscribe now.