fbpx

ଆସନ୍ତାକାଲିଠୁ ଏପ୍ରିଲ ୧ଯାଏଁ ଶ୍ରୀମନ୍ଦୀରରେ ବନ୍ଦ୍ ରହିବ ଦର୍ଶନ

Advertisement

ପୁରୀ, ୧୯ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ମହାମାରୀ କରୋନା । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ଏପ୍ରିଲ ୧ତାରିଖ ଯାଏଁ ଶ୍ରୀମନ୍ଦିରରେ ପ୍ରବେଶ ଉପରେ ରୋକ ଲଗାଯାଇଛି । ସରକାରଙ୍କ ନିର୍ଦ୍ଦେଶ ପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି କଟକଣା ଲାଗୁ ହୋଇଛି । ଏହାସହ ଧର୍ମୀୟ ଅନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ସତର୍କତା ନିର୍ଦ୍ଦେଶ ହୋଇଛି । ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । କଟକଣା ସତ୍ତେ୍ୱ ଧର୍ମୀୟ ଅନୁଷ୍ଠାନରେ ରୀତିନୀତି ଜାରି ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.