fbpx

ଜଗତସିଂହପୁରରେ ଝିଅକୁ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଜାରି ରହିଛି ଶୀତକାଳିନ ଅଧିବେଶନ । ଏହାରି ମଧ୍ୟରେ ଜଗତସିଂହପୁର ନାଉଗାଁ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ଏନେଇ ଗୃହରେ ଉତ୍ତର ରଖିବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହରେ ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ କଂଗ୍ରେସ ବିଧାୟକ ହୋହଲ୍ଲା କରିଥିଲେ । ଏନେଇ ବାଚସ୍ପତି ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ ମଧ୍ୟ ରଖିଥିଲେ ।

Get real time updates directly on you device, subscribe now.