fbpx

Big Breaking… ରାଜକୋଟରେ ଜଏସ୍ୱାଲଙ୍କ ରାଜୁତି: ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଦ୍ୱିଶତକ ହାସଲ କଲେ ଜଶସ୍ୱୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ହାସଲ କରିଛନ୍ତି ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ । ରାଗଜକୋଟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ସେ ନିଜର ଦ୍ୱିତୀୟ ଦ୍ୱିତଶତକ ହାସଲ କରିଛନ୍ତି । ଆହତ ପରେ ମଧ୍ୟ ଦମଦାରେ ବ୍ୟାଟିଂ କରି ୧୪ଟି ଚୌକା ଏବଂ ୧୦ଟି ଛକା ସହ ଦ୍ୱିଶତକ ନିଜ ନାମରେ କରିଛନ୍ତି ଯଶସ୍ୱୀ ଜଏସ୍ୱାଲ । ଏହାସହିତ ଟେଷ୍ଟ କ୍ୟାରିୟରର ତଥା ଇଂଲଣ୍ଡ ବିପରେ ଚଳିତ ସିରିଜରେ ଦ୍ୱିତୀଦ୍ଦ୍ୱିଶତକ ହାସଲ କରି ଜଏସ୍ୱାଲ ରେକର୍ଡ ସୃଷ୍ଟି କରିଛନ୍ତି ।

ଇଂଲଣ୍ଡ ଷ୍ଟାଇଲରେ ଇଂରେଜ ବିରୋଧରେ ଖେଳି ଦ୍ୱିଶତକ ଅର୍ଜନ କରିଛନ୍ତି ଯଶସ୍ୱୀ ଜଏସ୍ୱାଲ । ଇଂଲଣ୍ଡର ବାଜବଲ ରଣନୀତିକୁ ତାଙ୍କ ବିରୋଧରେ ଦେଖାଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଓପନର । ଆହତ ହୋଇ ଗତକାଲି ପଡ଼ିଆ ଛାଡ଼ିଥିବା ବେଳେ ଚତୁର୍ଥ ଦିନ ଆରମ୍ଭରୁ ଇଂଲଣ୍ଡ ବୋଲରଙ୍କ ଉପରେ ଆକ୍ରମଣ କରି ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖାଇଛନ୍ତି ଯଶସ୍ୱୀ । ଜେମ୍ସ ଆଣ୍ଡରସନ୍, ଟମ୍ ହାର୍ଟଲେ, ମାର୍କ ଉଡଙ୍କ ବ୍ୟତୀତ ଜୋ ରୁଟ ଏବଂ ରେହାନ୍ ଅହମଦଙ୍କୁ ନିରସ୍ତ୍ର କରି ସେ ବିସ୍ପୋରକ ବ୍ୟାଟିଂ ଜାରି ରଖିଛନ୍ତି । ତୃତୀୟ ଟେଷ୍ୟରେ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଡବଲ ସେଞ୍ଚୁରୀ ହାସଲ କରିବା ସହ ଇଂଲଣ୍ଡ ବିପକ୍ଷରେ ଲଗାତାର ଦୁଇଟି ମ୍ୟାଚରେ ଦୁଇଟି ଦ୍ୱିଶତକ ହାସଲ କରିଛନ୍ତି ଜଏସ୍ୱାଲ ।

ରାଜକୋଟ ଗ୍ରାଉଣ୍ଡରେ ଦ୍ୱିଶତକ ହାସଲ କରିଥିବା ଯଶସ୍ୱୀ ଜଏସ୍ୱାଲ ବିଶାଖାପାଟନମରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ। ଏହି ମ୍ୟାଚରେ ୨୯୦ ବଲରେ ୨୦୯ ରନର ଇନିଂସ ଖେଳିଥିଲେ ଯଶସ୍ୱୀ । ତେବେ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ପାଇଁ ୨୩୧ ବଲରୁ ୧୪ଟି ଚୌକା ଏବଂ ୧୦ଟି ଛକା ସହାୟତାରେ ୨୦୦ ରନ୍ ସଂଗ୍ରହ କରି ଇତିହାସ ସୃଷ୍ଟି କରିଛନ୍ତି ଯଶସ୍ୱୀ ଜଏସ୍ୱାଲ ।

ଅନ୍ୟ ପକ୍ଷରେ ଟିମ ଇଣ୍ଡିଆ ପାଇଁ ଏହି ମ୍ୟାଚରେ ଡେବ୍ୟୁ କରିଥିବା ଷ୍ଟାର ବ୍ୟାଟର ସରପରାଜ ଖାନ୍ ମଧ୍ୟ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି । ପ୍ରଥମ ଇନିଂସରେ ଅର୍ଦ୍ଧଶତକ ପରେ ଦୁଭାର୍ଗ୍ୟଜନକ ରନ୍ ଆଉଟ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ୬୫ ବଲରୁ ୫ଟି ଚୌକା ଏବଂ ଗୋଟିଏ ଛକା ସହ ନିଜର ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଉଭୟ ଖେଳାଳି ଇଂଲଣ୍ଡର ବୋଲରମାନଙ୍କ ବିପକ୍ଷରେ ବାଜବଲ୍ ଅନ୍ଦାଜରେ ବ୍ୟାଟିଂ କରିଥିବା ବେଳେ ୪୩୦ ରନରେ ପାଳି ଗୋଷଣା କରିଛି ଭାରତ । ଏହାସହିତ ଇଂଲଣ୍ଡକୁ ୫୫୬ ରନର ଏକ ବିଶାଳ ଲକ୍ଷ୍ୟ ଦେଇଛି ରୋହିତ ସେନା ।

https://twitter.com/BCCI/status/1759125914321834244?ref_src=twsrc%5Egoogle%7Ctwcamp%5Eserp%7Ctwgr%5Etweet

Get real time updates directly on you device, subscribe now.