Breaking: ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ଚୁରମାର ହୋଇଗଲା ଗାଡ଼ି
ଚୋରି ବାଇକ୍ ସିଜ୍ କରିବାକୁ ଆସିଥିଲା ବେଳେ ଥାନା ଅଧିକାରୀଙ୍କୁ ଆକ୍ରମଣ ।
ଭୁବନେଶ୍ବର: ଯାଜପୁରରେ ଅଭାବନୀୟ ଘଟଣା । କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଜଣାପଡିଛି । ତେବେ ଆକ୍ରମଣରେ ଗାଡ଼ି ପୁରା ଭାଙ୍ଗି ପଡିଥିବା ଜଣାପଡ଼ିଛି ।
ଖବର ଅନୁସାରେ, ଚୋରି ବାଇକ୍ ସିଜ୍ କରିବାକୁ ଆସିଥିଲା ବେଳେ ଆକ୍ରମଣ କରାଯାଇଥିଲା । ପୂର୍ବକୋଟ ହାଟ ନିକଟରେ ଅନ୍ୟ ପୋଲିସଙ୍କ ସହ IICଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ରହିିଛି ।
ତେବେ ଦୁର୍ବୃତ୍ତମାନେ ଥାନା ଗାଡ଼ି ଭାଙ୍ଗିବା ସହ ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ । ତେଲେଙ୍ଗା ବସ୍ତିର ମହିଳା ସଂଘବଦ୍ଧ ଆକ୍ରମଣ କରି ଛଡ଼ାଇ ନେଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା ପ୍ରକୃତ ଘଟଣା ସାମ୍ନା ଜଣାପଡି ନାହିଁ ।