fbpx
BSKY
BJD SHG SKY
BJD YOUTH SKY

ପଛକୁ ଦୌଡ଼ିଲା ଜନଶତାବ୍ଦୀ: ଯାତ୍ରୀ ସୁରକ୍ଷିତ, ଲୋକୋ ପାଇଲଟ୍ ଓ ଗାର୍ଡ ନିଲମ୍ବିତ

ଡେରାଡୁନ୍, ୧୮ା୩: ଉତ୍ତରାଖଣ୍ଡରେ ପୂର୍ଣ୍ଣଗିରି ଜନଶତାବ୍ଦୀ ଏକ୍ସପ୍ରେସ ଓଲଟା ଗତି କରିଛି । ତେବେ ଦିଲ୍ଲୀ-ଟନକପୁର ଜନ ଶତାବ୍ଦୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳ ଟ୍ରେନର ଲୋକୋ ପାଇଲଟ୍ ଓ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ତେବେ ଟ୍ରେନଟି ଲାଇନଚ୍ୟୁତ ହେବା ପୂର୍ବରୁ ତାକୁ ଅଟକା ଯାଇଥିବା ଜଣାପଡ଼ିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳ ବିଭାଗ ନିର୍ଦ୍ଦେଶ ଦେଇଛି । ଦୁର୍ଘଟଣା ଯୋଗୁଁ ଟ୍ରେନଟି ଅଟକି ରହିଥିଲା । ମାତ୍ର ଖାଲ ଯୋଗୁଁ ଟ୍ରେନଟି ହଠାତ୍ ପିଲଭିଟି ଆଡ଼କୁ ଗତି କରିଥିଲା । ଟ୍ରେନକୁ ଅଟକାଇବାକୁ ପାଇଲଟଙ୍କ ସମସ୍ତ ଉଦ୍ୟମ ବୃଥା ହୋଇଥିଲା । ପ୍ରେସର ପାଇପ୍ ଲିକ୍ ହେତୁ ଟ୍ରେନର ବ୍ରେକ କାମ କରିନଥିଲା । ପାଇଲଟ ଟ୍ରେନକୁ ଅଟକାଇବାରେ ଅସମର୍ଥ ହେବାରୁ ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.