fbpx

ମହାବିପତ୍ତି! ଖୁବଶୀଘ୍ର ଗାଏବ ହୋଇଯିବ ଜାପାନ ସହର: ପ୍ରଧାମନ୍ତ୍ରୀଙ୍କ ବୟାନରୁ ବିବାଦ

ନୂଆଦିଲ୍ଲୀ: ଜାପାନ ସହରର ଲୋକମାନେ ଖୁବ ପରିଶ୍ରମୀ ହୋଇଥାନ୍ତି । ଜ୍ଞାନକୌଶଳରେ ମଧ୍ୟ ଦେଶ ଖୁବ ଆଗରେ ରହିଛି । କିନ୍ତୁ ବର୍ତ୍ତମାନ ଏହି ଦେଶକୁ ବୁଢା ଦେଶ ବୋଲି କୁହାଯାଉଥିବା ବେଳେ ଏଠାରେ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ତେଣୁ ଖୁବଶୀଘ୍ର ପୃଥିବୀ ମାନଚିତ୍ରରୁ ଜାପାନ ସହର ହଜିଯିବାର ଆଶଙ୍କା କରାଯାଉଛି ।

ଜାପାନ ସହରର ଅବସ୍ଥିତିକୁ ନେଇ ଏବେ ଏକ ବଡ ସମସ୍ୟା ଦେଖା ଦେଇଛି । ଦେଶରେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନଜରରେ ରଖି ଏହି ଦେଶ ଖୁବଶୀଘ୍ର ଗାଏବ ହୋଇଯିବାର ଆଶଙ୍କା କରାଯାଉଛି । ପ୍ରକୃତରେ ଏଠାକାର ଲୋକେ ପିଲା ଜନ୍ମ କରିବାକୁ ଚାହୁଁ ନାହାନ୍ତି, ତେଣୁ ଲୋକମାନଙ୍କର ଏହି ନିଷ୍ପତ୍ତି ଦେଶ ପାଇଁ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି । ଦେଶର ଜନ୍ମହାରରେ ଐତିହାସିକ ହ୍ରାସ ଦେଶର ଅବସ୍ଥାନକୁ ବିପଦଗାମୀ କରୁଛି । ରିପୋର୍ଟ ଜଣାଯାଇଛି ଯେ, ୨୦୨୨ ମସିହାରେ ଜାପାନରେ ୭,୯୯,୭୨୮ ଲକ୍ଷରୁ ବି କମ୍ ପିଲା ଜନ୍ମଗ୍ରହଣ କରିଛନ୍ତି । ତେବେ ୧୨୫ ବର୍ଷରେ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ଦେକିବାକୁ ମିଳିଛି । ତେବେ ମୃତ୍ୟୁସଂଖ୍ୟା ୧୫ ଲକ୍ଷ ୮୦ହଜାରରୁ ଅଧିକ ରହିଛି । ଚଳିତବର୍ଷ ଜାନୁୟାରୀ ୧ ତାରିଖ ସୁଦ୍ଧା ଜାପାନର ଜନସଂଖ୍ୟା ୧୨କୋଟି ୪୭ ଲକ୍ଷ ରହିଥିବା ବେଳେ ଏହା ଗତବର୍ଷ ତୁଳନାରେ ୦.୪୩% କମ୍ ବୋଲି ରେକର୍ଡ କରାଯାଇଛି । ତେବେ ଏହି ଧାରାରେ ୨୦୬୫ ସୁଦ୍ଧା ଜନସଂଖ୍ୟା ୩୦% ହ୍ରାସ ପାଇ ୮ କୋଟି ୮୦ ଲକ୍ଷରେ ପହଞ୍ଚି ଯାଇଥିବ ।

ସେପଟେ ହାରାହାରି ବୟ ପ୍ରାୟ ୮୪ ରହିଛି । ଏଠାରେ ଲୋକମାନେ ଅଦିକ ବୟସ ବଞ୍ଚିପାରୁଛନ୍ତି, ଯାହା ଦେଶ ପାଇଁ ବଡ ସଂକଟ ପାଲଟି ଯାଇଛି । ଜାପାନରେ ଜନସଂଖ୍ୟାର ଏକ-ଚତୁର୍ଥାଂଶ ବୟସ ୬୨ରୁ ଅଧିକ ହୋଇଥିବା ବେଳେ ୨୦୫୦ ମଧ୍ୟରେ ଏହା ଏକ ତୃତୀୟାଂଶକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଜାପାନରେ ଜନସଂଖ୍ୟାର ୨୯% ଲୋକଙ୍କ ବୟସ ୬୫ରୁ ଅଧିକ ଏବଂ ୦-୧୪ ବର୍ଷ ମଧ୍ୟରେ ପିଲାଙ୍କ ହାର ୧୧୬% ରହିଛି ।

Get real time updates directly on you device, subscribe now.