fbpx

ଶସ୍ତା ହେଲା Jawa Yezdi 350 ବାଇକ୍ , ନୂଆ ଫିଚର ଅପଗ୍ରେଡ ସହିତ ଶୋ’ ରୁମରେ ଉପଲବ୍ଧ

Advertisement

ଓଡିଶା ଭାସ୍କର: ଆଜିର ସମୟରେ ଜାୱା ୟେଜଡି ବାଇକକୁ ଯୁବବର୍ଗର ବ୍ୟକ୍ତିମାନେ ବେଶ ପସନ୍ଦ କରୁଛନ୍ତି । ଯେଉଁମାନେ ଏହି ବାଇକ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଆସିଲା ଖୁସି ଖବର । ୨୦୨୪ର ଜାୱା ୩୫୦ ସିସିର ଲାଟେଷ୍ଟ ବାଇକର ମୂଲ୍ୟହ୍ରାସ ପାଇଛି । ଆଗରୁ ଥିବା ରେଟ ହିସାବରେ ୧୬,୦୦୦ ହଜାର ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ ଏହି ମୂଲ୍ୟ ୧ ଲକ୍ଷ ୯୯ ହଜାରରେ ପହଞ୍ଚିଛି । ଏହି ବାଇକରେ ନୂତନ ଫିଚର ସହ ଏବେ ଜାୱା ଶୋରୁମରେ ଉପଲବ୍ଧ ରହିଛି ।

ସେହିପରି ଜାୱା ୩୫୦ ବର୍ତ୍ତମାନ ବିଭିନ୍ନ ରଙ୍ଗରେ ମାର୍କେରେ ଉପଲବ୍ଧ ରହିଛି । ମେରୁନ, ବ୍ଲାକ, ଅରେଞ୍ଜ, ହ୍ୱାଇଟ, ଗ୍ରେ ରଙ୍ଗ ଗାଡି ରହଛି । ଏଥିରେ ୩୩୪ ସିସିର ଏକ ସିଙ୍ଗିଲ ସିଲିଣ୍ଡର ସହିତ କୁଲ ଇଞ୍ଜିନ, ୬ ଟି ଗିଅର ବକ୍ସ, ସ୍ପିକ ଚକା ରହିବା ସହ ଆୟଲ ଚକ ଏବଂ ଅନ୍ୟାନ ସୁନ୍ଦର ଫିଚର ସହ ନୂତନ ଅପଗ୍ରେଡ ରହିଛି । ଟ୍ୟୁବଲେସ ଟାୟାର ସହିତ ଉନ୍ନତମାନର ଲାଇଟ ରହିଛି । ଏହି ଲାଟେଷ୍ଟ ମଡେଲ ମୂଲ୍ୟ ୧ ଲକ୍ଷ ୯୯ ହଜାର ହୋଇଥିବା ବେଳେ ଏଲିଓ ଭିଲ ମଡେଲ ୨ ଲକ୍ଷ ୮ ହଜାର, ଟପ ଏଣ୍ଡ କ୍ରୋମ ମଡେଲ ୨ ଲକ୍ଷ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇ ୨ ଲକ୍ଷ ୨୩ ହଜାର ଟଙ୍କା ପର୍ଯ୍ୟନ୍ତ ଶୋ’ ରୁମରେ ଉପଲବ୍ଧ ରହିଛି ।

Get real time updates directly on you device, subscribe now.