fbpx
BSKY SKY
BSKY SKY

ED ଜାଲରେ JDU ବିଧାୟକ ରାଧା ଚରଣ ସାହା; ଜବତ ହେଲା ୨୬ କୋଟି ଟଙ୍କାର ସମ୍ପତ୍ତି

BSKY

ନୂଆଦିଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED ଜାଲରେ JDU ବିଧାୟକ ରାଧା ଚରଣ ସାହା । ରାଧା ଚରଣ ସାହାଙ୍କ ପ୍ରାୟ ୨୬ କୋଟି ଟଙ୍କାର ଦୁଇଟି ଅସ୍ଥାବର ସମ୍ପତ୍ତିକୁ ଜବତ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ଇଡି ଜେଡିୟୁ ବିଧାୟକ ରାଧା ଚରଣ ସାହାଙ୍କୁ ଗିରଫ କରିଥିଲା । ରାଧା ଚରଣ ସାହାଙ୍କୁ ଆରାସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା ।

ସୂଚନା ଅନୁଯାୟୀ, ରାଧା ଚରଣ ସାହାଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା । ଜନତା ଦଳ ୟୁନାଇଟେଡରେ ଯୋଗ ଦେବା ପୂର୍ବରୁ ରାଧା ଚରଣ ସେଠ ବିହାର ବିଧାନ ପରିଷଦର ସଦସ୍ୟ ଅର୍ଥାତ ଆରଜେଡିରୁ ଏମଏଲସି ଥିଲେ । ସେଠ୍ ଜୀ ନାମରେ ପରିଚିତ ରାଧା ଚରଣ ସାହ ଜୁନ୍ ୨୦୨୦ରେ ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ଛାଡ଼ି ଜେଡିୟୁରେ ଯୋଗ ଦେଇଥିଲେ ।

ଏହା ପୂର୍ବରୁ ଗତ ବର୍ଷ ଫେବ୍ରୁଆରି ଓ ଜୁନ୍ ମାସରେ ଇଡି ଓ ଆୟକର ବିଭାଗ ରାଧା ଚରଣ ସେଠଙ୍କ ସହ ଜଡ଼ିତ ସ୍ଥାନରେ ଚଢ଼ାଉ କରିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଜଲାପି ବିକ୍ରି ବ୍ୟବସାୟ ଆରମ୍ଭ କରିଥିବା ରାଧା ଚରଣ ସେଠ୍ ପରେ ଖଣି, ହୋଟେଲ, ରେସ୍ତୋରାଁ ବ୍ୟବସାୟ ସମେତ ଅନେକ ପ୍ରକାର ବ୍ୟବସାୟରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.