fbpx

ସ୍ଥଗିତ ହେଲା JEE ମେନ୍ ମେ ୨୦୨୧ ସେସନ୍

ନୂଆଦିଲ୍ଲୀ, ୪ା୫ : ସ୍ଥଗିତ ହେଲା JEE ମେନ୍ ୨୦୨୧ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ମାସରେ ହେବାକୁ ଯାଉଥିବା ପରୀକ୍ଷାକୁ ଆଜି ସ୍ଥଗିତ ରଖାଯାଇଛି । JEE ମେନ୍ ପରୀକ୍ଷା ଚଳିତ ମାସ ୨୪, ୨୫, ୨୬ ଏବଂ ୨୮ ତାରିଖରେ ହେବାର ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ୍ କରି ସୁଚନା ଦେଇଛନ୍ତି । ତେବେ ଏ ସମ୍ପର୍କିତ ଅଧିକ ସୁଚନା ପାଇଁ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରନ୍ତୁ ବୋଲି କୁହାଯାଇଛି ।

ତେବେ ଖାଲି JEE ମେନ୍ ନୁହେଁ ବରଂ ଏହାପୁର୍ବରୁ ମଧ୍ୟ ସିବିଏସଇ ପରୀକ୍ଷା ଏବଂ ବିଭିନ୍ନ ପରୀକ୍ଷାକୁ କରୋନା ସଂକ୍ରମଣ ପାଇଁ ସ୍ଥଗିତ ରଖାଯାଇଛି । JEE ମେନ୍ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଆହୁରି ମଧ୍ୟ କୁହାଯାଇଛି ଯେ, ବର୍ତ୍ତମାନ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବାରୁ ଏପଟିଏ ଅଭ୍ୟାସ ଆପ୍ ରୁ ପ୍ରଶ୍ନ ଉତ୍ତର ପ୍ରାକ୍ଟିସ୍ କରନ୍ତୁ ।

Get real time updates directly on you device, subscribe now.