fbpx

ଝରାଫୁଲ ଡେଥ୍ କେସ୍: ସରିଲା ରିମାଣ୍ଡ ଅବଧି, ଜେଲ ଗଲା ରାକେଶ

ଭୁବନେଶ୍ୱର, ୫ା୨ (ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ଘଟଣାରେ ଅଭିଯୁକ୍ତ ରାକେଶକୁ ଜେଲ୍ ପଠାଇ ଦିଆଯାଇଛି । ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶର ରିମାଣ୍ଡ ଅବଧି ଆଜି ଶେଷ ହୋଇଥିଲା । ତେବେ ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ କରାଯାଇନାହିଁ ।

ଆଜି ରାକେଶର ରିମାଣ୍ଡ ଅବଧି ସମାପ୍ତ ହେଉଥିବାରୁ ତାକୁ କୋର୍ଟରେ ହାଜର କରାଯାଇଥିଲା । ସୂଚନାଯୋଗ୍ୟ ଯେ, ପୋଲିସ ରାକେଶକୁ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା ମୂଳାପାଳ ଛକ ନିକଟ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବାସହ ସେମାନେ ମୃତଦେହ ସ୍କୁଟରରେ ଆଣି ଫିଙ୍ଗିଥିବା ଜଣାପଡ଼ିଥିଲା । ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ଲଭ୍ ରିଲେସନ୍ ରହିଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ ।

Get real time updates directly on you device, subscribe now.