କେବଳ ସିମ୍ ଆକ୍ଟିଭ ରଖିବା ପାଇଁ ଚାହୁଁଛନ୍ତି କି? ଏହି କମ୍ପାନୀ ଦେଉଛି ଶସ୍ତା ପ୍ଲାନ

ସିମ୍ ସକ୍ରିୟ ରଖିବା ପାଇଁ, Jio, Airtel, Vi ଏବଂ BSNL ମଧ୍ୟରୁ କେଉଁଟା ଶସ୍ତା ରିଚାର୍ଜ ପ୍ଲାନ ଜାଣନ୍ତୁ

ନୂଆଦିଲ୍ଲୀ: TRAI ଗତ କିଛି ଦିନ ମଧ୍ୟରେ ଟେଲିକମ୍ କ୍ଷେତ୍ରର ଅନେକ ନିୟମ ପରିବର୍ତ୍ତନ କରିଛି ଏବଂ ଡାଟା ବ୍ୟବହାରକାରୀ ନଥିବା ଉପଭୋକ୍ତାଙ୍କ ପାଇଁ ଶସ୍ତା ପ୍ଲାନ୍ ଆଣିବା ପାଇଁ ଟେଲିକମ୍ କମ୍ପାନୀଗୁଡ଼ିକ ଉପରେ ଚାପ ପକାଇଛି । ଏପରି ପରିସ୍ଥିତିରେ, ଟେଲିକମ୍ ମୂଲ୍ୟରେ ନିରନ୍ତର ପରିବର୍ତ୍ତନ ଦେଖାଯାଉଛି। ରିଲାଏନ୍ସ ଜିଓ, ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ (ଭି) ଏବଂ ବିଏସଏନଏଲ ଗତ କିଛି ମାସ ମଧ୍ୟରେ ସେମାନଙ୍କର ରିଚାର୍ଜ ପ୍ଲାନଗୁଡ଼ିକୁ ଅପଡେଟ୍ କରିଛନ୍ତି । ଯଦି ଆପଣ କେବଳ ନିଜ ନମ୍ବରକୁ ଆକ୍ଟିଭ ରଖିବାକୁ ଚାହୁଁଛନ୍ତି ତେବେ ନଜର ପକାନ୍ତୁ ସମ୍ପୁର୍ଣ୍ଣ ବିବରଣୀ ଉପରେ

Reliance Jioର ଶସ୍ତା ପ୍ଲାନ-ଆପଣଙ୍କର Jio SIMକୁ ସକ୍ରିୟ ରଖିବା ପାଇଁ, ଆପଣଙ୍କୁ ଅତି କମରେ 189 ଟଙ୍କା ରିଚାର୍ଜ କରିବାକୁ ପଡିବ । ଏହାର ବୈଧତା 28 ଦିନ ହେଉଛି। ଅସୀମିତ ଭଏସ୍ କଲ୍ ସହିତ, 300 SMS ଏବଂ ମୋଟ 2GB ଡାଟା ମଧ୍ୟ ପ୍ରଦାନ କରାଯାଉଛି । ଏହା ବ୍ୟତୀତ, JioTV, JioCinema ଏବଂ JioCloud ର ଆକ୍ସେସ୍ ମଧ୍ୟ କରିପାରିବେ ।

Airtelର ଶସ୍ତା ପ୍ଲାନ- ଏୟାରଟେଲ୍ ସିମ୍ ସକ୍ରିୟ ରଖିବା ପାଇଁ, ଆପଣଙ୍କୁ ଅତି କମରେ ୧୯୯ ଟଙ୍କା ରିଚାର୍ଜ କରିବାକୁ ପଡିବ । ଏହାର ବୈଧତା 28 ଦିନ ରହିଛି । ଅସୀମିତ ଭଏସ୍ କଲ୍ ସହିତ, ପ୍ରତିଦିନ 100 ଟି SMS ଏବଂ ମୋଟ 2GB ଡାଟା ପ୍ରଦାନ କରୁଛି କମ୍ପାନୀ ।

Vodafone Idea (Vi)ର ପପୁଲାର ପ୍ଲାନ- Vi ତାର ଉପଭୋକ୍ତାଙ୍କ ପାଇଁ ସ୍ଥାନ ଆଧାରରେ ଭିନ୍ନ ଭିନ୍ନ ଯୋଜନା ପ୍ରଦାନ କରୁଛି । କିଛି ସର୍କଲରେ ଏହା 99 ଟଙ୍କାର ପ୍ଲାନ୍ ଦେଉଛି, ଯେତେବେଳେ କିଛି ସ୍ଥାନରେ ଏହା 155 ଟଙ୍କାର ପ୍ଲାନ୍ ଦେଉଛି ।

୯୯ ଟଙ୍କାର ଏହି ପ୍ଲାନର ବୈଧତା ୧୫ ଦିନ ଏବଂ ଏହା ସହିତ ୨୦୦ଏମବି ଡାଟା ମଧ୍ୟ ପ୍ରଦାନ କରେ । ଏଥିରେ ଆପଣ ମାତ୍ର 99 ଟଙ୍କାର ଟକଟାଇମ୍ ପାଉଛନ୍ତି। ଏହା ବ୍ୟତୀତ ଏଥିରେ କୌଣସି SMS ସୁବିଧା ନାହିଁ । ଏହି ସମାନ ଯୋଜନା କିଛି ସ୍ଥାନରେ ୧୫୫ ଟଙ୍କାରେ ଉପଲବ୍ଧ ।