fbpx

ଜିଓ ସିନେମାରେ ଆଇପିଏଲ୍ ଦେଖିବା ପାଇଁ ଦେବାକୁ ପଡ଼ିବ ଟଙ୍କା: ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଯୋଜନା

ନୂଆଦିଲ୍ଲୀ: ଚଳିତ ସିଜନ୍‌ରେ ଲୋକମାନେ ଜିଓ ସିନେମାରେ ବିନା ଦେୟରେ ଆଇପିଏଲ୍ ମ୍ୟାଚ୍‌ର ମଜା ନେଉଛନ୍ତି । ଏହା ପୁର୍ବରୁ ମ୍ୟାଚ୍ ଦେଖିବା ପାଇଁ ମାସିକ ଦେୟ କିମ୍ବା ରିଚାର୍ଜ ପ୍ଲାନ୍ ନେବାକୁ ପଡୁଥିଲା । କିନ୍ତୁ ଚଳିତ ଥର ଜିଓ ସିନେମା ଆଇପିଏଲ୍ ପ୍ରଶାରଣ ପାଇଁ ଡିଜିଟାଲ୍ ରାଇଟ୍ ପାଇବା ପରେ ଗ୍ରାହକମାନଙ୍କୁ ମାଗଣାରେ ଆଇପିଏଲ୍ ଦେଖିବାକୁ ସୁଯୋଗ ଦେଇଛି । ତେବେ ଜିଓ ସିନେମା ଏହି ସୁବିଧା ଅଧିକ ଦିନ ଯାଏ ଜାରି ରହିବ ନାହିଁ ଏବଂ ଗ୍ରାହକମାନଙ୍କୁ ଏଥିପାଇଁ ଦେୟ ଦେବାକୁ ପଡ଼ିବ । କୁହାଯାଉଛି ଏହି ଆଇପିଏଲ୍ ସରିବା ପରେ ଜିଓସିନେମାରେ କ୍ରିକେଟ୍‌, ଫିଲ୍ମ ଇତ୍ୟାଦି ଦେଖିବା ପାଇଁ ଗ୍ରାହକମାନଙ୍କୁ ଟଙ୍କା ଦେବାକୁ ପଡ଼ିବ ।

ଦୁନିଆର ସବୁଠୁ ଧନୀ କ୍ରିକେଟ୍ ଲିଗର ମାଗଣା ଷ୍ଟ୍ରିମିଂ ପ୍ରଦାନ କରିବାକୁ ବ୍ୟବସାୟ ଟାଇକୁନ୍ ମୁକେଶ ଅମ୍ବାନୀଙ୍କ ରଣନୀତି ଏଥର ଦର୍ଶକଙ୍କ ରେକର୍ଡ ଭାଙ୍ଗୁଛି । ରିଲାଏନ୍ସ କହିଛି ଯେ ଆଇପିଏଲ୍ ଶେଷ ସୁଦ୍ଧା ଜିଓ ସିନେମାରେ ଭିଡିଓ କଣ୍ଟେଣ୍ଟ ପାଇଁ ଗ୍ରାହକଙ୍କୁ ଚାର୍ଜ କରିବା ଆରମ୍ଭ କରିବ ।

Viacom18 ଓ ଜିଓ ସିନେମା ଏହାର ପ୍ଲାଟଫର୍ମରେ ୧୦୦ ରୁ ଅଧିକ ଫିଲ୍ମ ଏବଂ ଟିଭି ଧାରାବାହିକ ସହିତ ନେଟଫ୍ଲିକ୍ସ ଏବଂ ୱାଲ୍ଟ ଡିଜନି ପରି ବିଶ୍ୱସ୍ତରୀୟ ଓଟିଟି ଦିଗଜଙ୍କୁ ଏହି ପ୍ଲାଟଫର୍ମରେ ସାମିଲ କରିବାକୁ ଯୋଜନା କରିଛି, କିନ୍ତୁ ଏଥିପାଇଁ ଗ୍ରାହକଙ୍କୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଦେବାକୁ ପଡିବ । ରିଲାଏନ୍ସ ମିଡିଆ ଏବଂ କଣ୍ଟେଣ୍ଟ ବ୍ୟବସାୟର ସଭାପତି ଜ୍ୟୋତି ଦେଶପାଣ୍ଡେ ବ୍ଲୁମବର୍ଗକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ସମ୍ପ୍ରସାରଣ ସହିତ ଜିଓ ସିନେମା କଣ୍ଟେଣ୍ଟ ପାଇଁ ଚାର୍ଜ ଆରମ୍ଭ କରିବ । ବର୍ତ୍ତମାନ ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଯୋଜନା ଚାଲିଛି ବୋଲି ସେ କହିଛନ୍ତି । ୨୮ ମେରେ ଆଇପିଏଲ୍ ଶେଷ ହେବା ପୂର୍ବରୁ ନୁଆ ମୂଲ୍ୟ ଏବଂ କଣ୍ଟେଣ୍ଟ ସାମିଲ କରାଯିବ । ସେପର୍ଯ୍ୟନ୍ତ ଦର୍ଶକମାନେ ମ୍ୟାଚ୍ ମାଗଣାରେ ଦେଖିପାରିବେ ।

Get real time updates directly on you device, subscribe now.