fbpx

HURL ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ଆସନ୍ତା ୧୨ ଆବେଦନର ଅନ୍ତିମ ତାରିଖ

Advertisement

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଜୁନିୟର ଇଞ୍ଜିନିୟର ଆସିଷ୍ଟାଣ୍ଟ, ଷ୍ଟୋର ଆସିଷ୍ଟାଣ୍ଟ, ଜୁନିୟର ଆକାଉଣ୍ଟାଣ୍ଟ ଆସିଷ୍ଟାଣ୍ଟ, ଜୁନିୟର ଲ୍ୟାବ ଆସିଷ୍ଟାଣ୍ଟ, କ୍ୱାଲିଟି ଆସିଷ୍ଟାଣ୍ଟ ଆଦି ଏକାଧିକ ପଦରେ ନିଯୁକ୍ତି ଦିଆଯିବ । ସମସ୍ତ ପଦ ପାଇଁ ବୟସ ଯୋଗ୍ୟତା ଅଲଗା ଅଲଗା ରହିଥିବା ବେଳେ ପ୍ରାର୍ଥୀମାନେ ପ୍ରାସଙ୍ଗିକ ଟ୍ରେଡରେ ଡିଗ୍ରୀ / ଡିପ୍ଲୋମାସ କରିଥିବା ଆବଶ୍ୟକ ।

ଏପ୍ରିଲ ମାସ ୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମେ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀମାନେ ଫୁଲ ଟାଇମ୍ ଓ ରେଗୁଲାର ଡିଗ୍ରୀ / ଡିପ୍ଲୋମା କରିଥିବେ । ପାର୍ଟ ଟାଇମ, କରେସପଣ୍ଡେନ୍ସ, ଡିଷ୍ଟାନ୍ସ ଏଜୁକେସନକୁ ଗ୍ରହଣ କରାଯିବ ନାହିଁ । ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପ୍ରାର୍ଥୀ ପାସ୍ କରିବା ସହ ଅତିକମରେ ୪୦ ପ୍ରତିଶତ ମାର୍କ ରଖିଥିବେ ।

ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ଓ ଟ୍ରେଡ ଟେଷ୍ଟ ମାଧ୍ୟମରେ ଚୟନ କରାଯିବ । ସିବିଟିରେ ଅବଜେକ୍ଟିଭ୍ ଟାଇପ ପ୍ରଶ୍ନପତ୍ର ଆସିବ । ପରୀକ୍ଷାର ତାରିଖ, ସମୟ ଓ ଭେନ୍ୟୁ ଆଡମିଟ୍ କାର୍ଡରେ ଉଲ୍ଲେଖ ରହିବ । ପୋଷ୍ଟାଲ ମାଧ୍ୟମରେ କାହା ପାଖାକୁ ଆଡମିଟ୍ କାର୍ଡ ପଠାଯିବ ନାହିଁ । ସେଥିପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିବାକୁ ପଡ଼ିବ । ଦେଶର ୭ଟି ପରୀକ୍ଷା କେନ୍ଦ୍ରରେ ଏହି ଟେଷ୍ଟ ଆୟୋଜିତ ହେବ ।

ଅନଲାଇନ୍ ଆବେଦନ ଲିଙ୍କ: https://hurl23.onlineregistrationform.org/HURL/

ନୋଟିଫିକେସନ ଲିଙ୍କ: https://hurl23.onlineregistrationform.org/HURLDOC/Advertisement.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://hurl.net.in/

Get real time updates directly on you device, subscribe now.