fbpx

NABARDରେ ନିଯୁକ୍ତି ସୁଯୋଗ: ମାସିକ ବେସିକ ପେ’ ୪୪,୫୦୦ ଟଙ୍କାରୁ ଆରମ୍ଭ, ସ୍ନାତକ ଓ ସ୍ନାତକୋତ୍ତରଙ୍କ ପାଇଁ ବଡ଼ ସୁଯୋଗ

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କୃଷି ଓ ଗ୍ରାମୀଣ ବିକାଶ ପାଇଁ ଜାତୀୟ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ମୋଟ ୧୫୦ଟି ଖାଲି ପଦ ରହିଥିବା ବେଳେ ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡ-୧ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ଜାଣି ପାରିବେ ।

ଏଥିପାଇଁ ସେପ୍ଟେମ୍ବର ମାସ ୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଓ ପେମେଣ୍ଟ ପଇଠ ଆରମ୍ଭ ହୋଇ ୨୩ ତାରିଖରେ ସମାପ୍ତ ହେବ । ଏହାପରେ ଅକ୍ଟୋବର ମାସ ୧୬ ତାରିଖରେ ସମ୍ଭାବ୍ୟ ପ୍ରିଲିମିନାରୀ ପରୀକ୍ଷା ହେବ । ମେନ୍ ପରୀକ୍ଷା ପାଇଁ ପରେ ସୂଚିତ କରାଯିବ । ଚଳିତ ସେପ୍ଟେମ୍ବର ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀମାନେ ଡିଗ୍ରୀ, ମାଷ୍ଟର ଡିଗ୍ରୀ (ପ୍ରାସଙ୍ଗିକ ବିଷୟ) ପାସ କରିଥିବା ଆବଶ୍ୟକ । ଓଡ଼ିଶାର ୭ଟି ପରୀକ୍ଷା କେନ୍ଦ୍ରରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ । ସେହିପରି ଭୁବନେଶ୍ୱର ସମେତ ଦେଶର ୨୧ଟି କେନ୍ଦ୍ରରେ ମେନ୍ ପରୀକ୍ଷା ଆୟୋଜିତ ହେବ । ପ୍ରାର୍ଥୀଙ୍କୁ ମାସିକ ପେ’ ୪୪,୫୦୦ ଟଙ୍କା ପ୍ରଦାନ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/nabardaug23/

ନୋଟିଫିକେସନ ଲିଙ୍କ: https://www.nabard.org/auth/writereaddata/CareerNotices/0109230611advertisement-grade-a-rdbs-2023-english.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.nabard.org/

Get real time updates directly on you device, subscribe now.