fbpx

ଦଶମ ପାସ୍ କରିଥିଲେ ମିଳିବ ଚାକିରି; NABARD ପକ୍ଷରୁ ବାହାରିଲା 100 ପଦବୀ, ଆବେଦନର ଶେଷ ତାରିଖ..

ନୂଆଦିଲ୍ଲୀ: ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲଚରାଲ ଆଣ୍ଡ ରୁରାଲ ଡେଭଲପମେଣ୍ଟ (ନାବାର୍ଡ) ପକ୍ଷରୁ ବାହାରିଲା ନିଯୁକ୍ତି ସୁଯୋଗ । ଚାକିରି ପାଇବା ପାଇଁ ଯୁବପିଢିଙ୍କୁ ଏକ ପ୍ରକାର ସୁବର୍ଣ୍ଣ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ଜଣେ ବ୍ୟକ୍ତି ଦଶମ ପାସ୍ କରିଛନ୍ତି ଏବଂ ନିଯୁକ୍ତି ପାଇଁ ଆବଶ୍ୟକୀୟ ଭାଷା ବିଷୟରେ ଜ୍ଞାନ ରହିଛି, ତାହେଲେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ ।

ନାବାର୍ଡରେ ଅଫିସ ଆସିଷ୍ଟାଣ୍ଟ(ଗ୍ରୁପc)ରେ 108 ପଦବୀରେ ଭର୍ତ୍ତି ନେଇ ଘୋଷଣା ହୋଇଛି । ଉଚ୍ଛୁକ ଏବଂ ଯୋଗ୍ୟ ଆଶାୟୀମାନେ ନାର୍ବାଡର ଅଫିସିଆଲ ଓ୍ବେବସାଇଟ୍ www.nabard.org କୁ ଯାଇ ଆବେଦନ କରିପାରିବେ ।ତେବେ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ଅକ୍ଟୋବର 2 ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର 21 ତାରିଖ ଯାଏଁ ଚାଲିବ । ଆଶାୟୀକୁ ମାଟ୍ରିକ ପାସ୍ କରିଥିବା ଆବଶ୍ୟକ । ପୂର୍ବତନ ସୈନିକମାନଙ୍କ ପାଇଁ 10ମ ପାସ୍ ସହିତ 15 ବର୍ଷର ଏକ୍ସପେରିୟନ୍ସ ରହିଥିବା ଜରୁରୀ ।

ଅନ୍ୟପଟେ ଏହି ପଦବୀ ପାଇଁ ଅନୁନ୍ୟ ବୟସସୀମା 18 ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସସୀମା 30 ବର୍ଷ ରହିଛି । ସଂରକ୍ଷିତ ବର୍ଗ ପାଇଁ ଆବେଦନ ଶୁଳ୍କ 150 ଟଙ୍କା ରହିଥିବା ବେଳେ ସାଧାରଣ ବର୍ଗଙ୍କ ପାଇଁ 500 ଟଙ୍କା ରହିଛି । ତେବେ ପରୀକ୍ଷା ଅନଲାଇନରେ ହେବାକୁ ଥିବା ବେଳେ ଓ୍ବେବସାଇଟରେ ତଥ୍ୟ ଜାରି କରାଯିବ ।

 

 

Get real time updates directly on you device, subscribe now.