fbpx
BJD SKY
BJD SKY

OSSC ପକ୍ଷରୁ ବାହାରିଲା ଅମିନ ଚାକିରି: ଆରମ୍ଭ ହେଲା ଅନଲାଇନ୍ ଆବେଦନ୍ ପ୍ରକ୍ରିୟା

BJD

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଅମିନ୍ (ଗ୍ରୁପ-ସି) ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଡିସେମ୍ବର ମାସ ୩୧ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୩୦ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ବୟସ ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ସର୍ବନିମ୍ନ ୨୧ ବର୍ଷ ଓ ସର୍ବାଧିକ ୩୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଯୁକ୍ତଦୁଇ ପାସ କରିବା ସହ ବେସିକ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ ।

ପ୍ରିଲିମିନାରୀ ପରୀକ୍ଷା କମ୍ପ୍ୟୁଟର ବେସଡ ରିକ୍ର୍ୟୁଟମେଣ୍ଟ ଏଗଜାମିନ୍ (ସିବିଆରଇ ମୋଡ଼) ଜରିଆରେ ଆୟୋଜିତ କରାଯିବ । ମୋଟ ୧୦୦ ମାର୍କର ପରୀକ୍ଷା ହେବ । ମେନ୍ ପରୀକ୍ଷାରେ ୨୦୦ ମାର୍କର ପ୍ରଶ୍ନ ରହିବ । ଏହାପରେ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ । ତା’ପରେ ସାର୍ଟିଫିକେଟ ଭେରିଫିକେସନ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 31.12.2022

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx

Get real time updates directly on you device, subscribe now.