fbpx

ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି

ୱାଶିଂଟନ୍,୭ ।୧୧: ଜୋ ବାଇଡେନ୍ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି । କମଳା ହାରିସ ହେବେ ଉପରାଷ୍ଟ୍ରପତି। ଏବେ ଯାଏ ବାଇଡେନ ପାଇଛନ୍ତି ୨୭୩ ଇଲେକ୍ଟ୍ରୋରାଲ ଭୋଟ୍ । ଅନ୍ୟପଟେ ଟ୍ରମ୍ପଙ୍କୁ ୨୧୩ ଇଲେକ୍ଟ୍ରୋରାଲ ଭୋଟ୍ ମିଳିଛି । ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ଶାସନର ଅନ୍ତ ଘଟିଛି । ଏବେ ହ୍ୱାଇଟ୍ ହାଉସ୍‌କୁ ଦଖଲ କରିବେ ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ । ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସବୁ ଗୋଟି ଚାଳନା ଫେଲ୍ ମାରିଛି । ଦୀର୍ଘ ୪ ଦିନର ଭୋଟ ଗଣତି ପରେ ଶେଷରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇଛନ୍ତି । ଅର୍ଥାତ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଆମେରିକାରେ ପୂର୍ବରୁ ଯେତେ ଥର ରାଷ୍ଟ୍ରପତି ନିର୍ବାଚନ ହୋଇଛି କେବେ ବି ଏଭଳି କଡ଼ା ଟକ୍କର ଦେଖିବାକୁ ମିଳି ନଥିଲା । କିନ୍ତୁ ଚଳିତ ଥର ମତଗଣନା ସମୟରେ ଟ୍ରମ୍ପ୍ ଓ ବାଇଡେନ୍ ଙ୍କ ମଧ୍ୟରେ କିଏ ବିଜେତା ହେବେ ତାହା ଘୋଷଣା କରିବାକୁ ୪ ଦିନ ଲାଗି ଯାଇଥିଲା । ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାର ମୁଖ୍ୟ କିଏ ହେବେ ତାହାକୁ ସମଗ୍ର ବିଶ୍ୱବାସୀ ଅନାଇ ରହିଥିଲେ । ଶେଷରେ ଶନିବାର ଏହି ପ୍ରତୀକ୍ଷାର ଅନ୍ତ ଘଟିବା ସହ ବାଇଡେନ୍ ଆମେରିକାର ପରବର୍ତ୍ତି ରାଷ୍ଟ୍ରପତି ବୋଲି ସ୍ପଷ୍ଟ ହୋଇଯାଇଛି ।

ଆମେରିକାର ମୋଟ ୫୩୮ ଇଲେକ୍ଟୋରାଲ୍ ଭୋଟ୍ ମଧ୍ୟରୁ ଶନିବାର ରାତି ସୁଦ୍ଧା ଗଣତି ଅନୁସାରେ ଟ୍ରମ୍ପଙ୍କ ସପକ୍ଷରେ ୨୧୪ ଭୋଟ୍ ଯାଇଥିବା ବେଳେ ବାଇଡେନ୍ ୨୯୦ଟି ଇଲେକ୍ଟୋରାଲ ଭୋଟ ଯାଇଛି ।ଆହୁରି କିଛି ରାଜ୍ୟରେ ଭୋଟ ଗଣତି ଜାରି ରହିଛି । ହେଲେ ରାଷ୍ଟ୍ରପତି ହେବା ପାଇଁ ମ୍ୟାଜିକ ନମ୍ବର ୨୭୦କୁ ବିଡେନ ଅତିକ୍ରମ କରି ଅନେକ ଆଗକୁ ଚାଲି ଯାଇଛନ୍ତି । ଏବେ କେବଳ ସେ ମୋଟ ଉପରେ କେତେ ଇଲେକ୍ଟୋରାଲ ଭୋଟ ପାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି । ବାଇଡେନ୍ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ତଥା ଡେମୋକ୍ରାଟିକ୍ ପାର୍ଟିର କମଳା ହାରିସ ଉପରାଷ୍ଟ୍ରପତି ହେବା ମଧ୍ୟ ସ୍ପଷ୍ଟ ହୋଇଯାଇଛି । କମଳା ଆମେରିକାର ପ୍ରଥମ ମହିଳା ଭାବେ ଏହି ପଦ ହାସଲ କରିବେ । ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲେ । ଦୀର୍ଘ ୪ ଦିନ ହେଲା ବାଲଟ ପେପର ଓ ଇ-ମେଲ ଭୋଟ ଗଣତି ପରେ ଏଭଳି ଫଳାଫଳ ଆସିଛି । ସମସ୍ତଙ୍କ ନଜର ପେନସଲଭେନିଆ ଉପରେ ଥିଲା । ସେଠାରେ ବାଇଡେନ୍ ଙ୍କ ପାର୍ଟି ବିଜୟୀ ହେବା ପରେ ବିଡ଼େନ୍ ହିଁ ଆମେରିକାର ପରବର୍ତ୍ତି ରାଷ୍ଟ୍ରପତି ହେବେ ବୋଲି ସ୍ପଷ୍ଟ ହୋଇଯାଇଥିଲା । ଅନ୍ୟପଟେ ବାଇଡେନ୍ ବିଜେତା ଘୋଷିତ ହୋଇଥିଲେ ହେଁ ଏହାକୁ ଟ୍ରମ୍ପ ସହଜରେ ଗ୍ରହଣ କରିପାରି ନାହାନ୍ତି ।

Get real time updates directly on you device, subscribe now.