fbpx

Video; ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ଘଟଣା, ସାମ୍ନାକୁ ଆସିଲା ସ୍ୱାମୀଙ୍କ ସହ ଶେଷ ଫୋଟୋ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସାମ୍ନାକୁ ଆସିଲା ସାମ୍ବାଦିକା ମଧୁଙ୍କ ସ୍ୱାମୀ ସହ ଶେଷ ଫଟୋ । ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ଘଟଣାରେ ତନାଘନା । ଦୁଇ ଦିନ ତଳେ ନିଜ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ମଧୁ । ଜୀବନ ହାରିବାକୁ ପ୍ରୟାସ କରି ହସ୍ପିଟାଲରେ ଭର୍ତ୍ତି ହେଲେ । ପରେ କଥା ଗଲା ଥାନାକୁ । ଆଉ ଥାନାରେ ସଲାସୁତୁରା ପରେ ଇଏ ହେଲା ମଧୁଙ୍କ କମ୍ପ୍ରମାଇଜ ପରର ଓ ମୃତ୍ୟୁ ପୂର୍ବର ଶେଷ ଫଟୋ । ଏହି ଫଟୋ ହିଁ ବୟାନ କରୁଛି ଯେ ମନରେ ଏବେବି ଅନେକ କଷ୍ଟ । ସମ୍ବାଦିକା ମଧୁ ଏହା ପୂର୍ବରୁ ମଧ୍ୟ ଥରେ ଫିନାଇଲ ପିଇ ନିଜ ଜୀବନ ହାରିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କୁ ହସ୍ପିଟାଲ ନିଆ ଯାଇ ଠିକ୍ କରାଯାଇଥିଲା ।

ଏଖବର ଯେତିକି କଷ୍ଟ ଦେଉଛି ସେତିକି ସସପେନ୍ସ ବଢାଉଛି । ରାଜଧାନୀରେ ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ଘଟଣାରେ ତନାଘନା ଜୋରସୋରରେ ଆରମ୍ଭ ହୋଇଛି । ଥାନାରେ ସ୍ୱାମୀ ଓ ଦେଢଶୂରଙ୍କୁ ଅଟକ ରଖାଯାଇଛି । ଭୁବନେଶ୍ୱର GRP ଥାନାରେ ଉଭୟଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ଚାଲିଛି । ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଅଧିକ ତଦନ୍ତ କରୁଛି GRP ଥାନା ପୋଲିସ । ବାପୁଜୀନଗର ରେଳ ଧାରଣାରୁ ସାମ୍ବାଦିକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ୪ ମାସ ତଳେ ବିବାହ କରିଥିଲେ ମଧୁମିତା ।

ମଧୁମିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛ କରିଛନ୍ତି । ସେପଟେ ସୂଚନାନୁଯାୟୀ ଦୁଇ ଦିନ ତଳେ ନିଜ ଜୀବନ ହାରିବାକୁ ପ୍ରୟାସ କରିଥିଲେ ମଧୁମିତା । ପାରିବାରିକ ଝଗଡା କାରଣରୁ କଷ୍ଟ ସହ୍ୟ କରିନପାରି ପ୍ରଥମେ ନିଜ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ମଧୁମିତା । ପରେ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା । ଏବଂ କଥା ଯାଇଥିଲା ଧଉଳି ଥାନାକୁ । ଥାନାରେ ପୋଲିସ ଉପସ୍ଥିତିରେ ଦୁହିଁଙ୍କ ଭିତରେ କମ୍ପ୍ରମାଇଜ କରାଯାଇଥିଲା । ଏବଂ ଇଏ ହେଲା ତା ପରର ଫଟୋ ।

ଏବଂ ଇଏ ହେଉଛି ପିଶାଚ ସ୍ୱାମୀର ଛାଡପତ୍ରର କାଗଜ । ୨୦୧୮ରେ ନିଜ ପୁରୁଣା ସ୍ତ୍ରୀକୁ ଛାଡପତ୍ର ଦେଇଥିଲା ଦଗାବାଜ ସ୍ୱାମୀ ଶ୍ରୀଧର ଜେନା । ପରେ ମଧୁଙ୍କ ସହ ସଂମ୍ପର୍କରେ ରହିଥିଲେ ହେଲେ ଏହି ଛାଡପତ୍ର ଖବରକୁ ଲୁଚାଇ ରଖିଥିଲେ । ପରେ ୫ବର୍ଷର ଭଲ ପାଇବା ପରେ ବାହାଘର ଆଉ ବାହାଘରର ୫ମାସ ପରେ ମଧୁଙ୍କ ନଜରକୁ ଆସିଥିଲା ସବୁ ସତ । ଆଉ ବର୍ତ୍ତମାନ ଯାହା ଘଟିଯାଇଛି ଏହା ହେଲା ତା ପରର ଘଟଣା । ଯାହାକି ପୁରା ସାମ୍ବାଦିକ ମହଲ ଶୋକର ଛାୟା ଖେଳାଇଦେଇଛି ।

Get real time updates directly on you device, subscribe now.