fbpx

ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ଉପଲବ୍ଧି ବଖାଣିଲେ ଜେ.ପି.ନଡ୍ଡା

ନୂଆଦିଲ୍ଲୀ, ୩୦ା୫: ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତ ଅବସରରେ ବିଜେପି ରଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ଉପଲବ୍ଧି ବଖାଣିଛନ୍ତି ସଭାପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଆଗଉଛି ବୋଲି ସେ କହିଛନ୍ତି । ନାଗରିକତା ସଂଶୋଧନ ଆଇନ ଅଣାଯାଉଛି । ଦେଶରେ ତିନି ତଲାକୁ ବେଆଇନ କରାଯାଇଛି । କରୋନା ମହାମାରୀ ସମୟରେ କଠିନ ନିଷ୍ପତ୍ତି ନିଆଯାଇଛି । ତାଲାବନ୍ଦ ଯୋଗୁଁ ଭାରତର ସ୍ଥିତି ଏବେ ଭଲରେ ରହିଛି । କରୋନା ବିରୋଧୀ ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ପ୍ରତିଦିନ ୪ଲକ୍ଷ ୫୦ହଜାର ପିପିଇ କିଟ୍ ତିଆରି ହେଉଛି । ପିଏମ କେୟାର ପାଣ୍ଠିରୁ ୫୦ହଜାର ଭେଣ୍ଟିଲେଟର କିଣାଯାଇଛି । ମୋଦି ସରକାର କାଳରେ ଜାମ୍ମୁ ଓ କାଶ୍ମୀର ଲୋକ ନ୍ୟାୟ ପାଇଛନ୍ତି । ମନରୋଗା ମଜୁରୀ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.