fbpx

ଜେଏସପିଏଲକୁ ସମ୍ମାନଜନକ ଗ୍ରୀନ୍ ଟେକ୍ ସିଏସଆର ଇଣ୍ଡିଆ 2020 ପୁରସ୍କାର

ନୂଆଦିଲ୍ଲୀ / ଭୁବନେଶ୍ୱର, ଅକ୍ଟୋବର 1, 2020(ଓଡ଼ିଶା ଭାସ୍କର): : ସିଏସଆର କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ 2020 ପୁରସ୍କାର ପ୍ରଦାନ କରାଯାଇଛି | ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଦ୍ୱାରା ଅନଲାଇନ ଆୟୋଜିତ 7ମ ସିଏସଆର ଇଣ୍ଡିଆ ସମ୍ମିଳନୀ ଏବଂ ଏକ୍ସପୋରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଶ୍ରୀ ଦୀପକ ମିଶ୍ର, କେନ୍ଦ୍ର ରାଜ୍ୟ ମନ୍ତ୍ରୀ – ଭାରୀ ଶିଳ୍ପ ଏବଂ ସାର୍ବଜନୀନ ଉଦ୍ୟୋଗ ଶ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ – ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଭାରତ ସରକାର) ଶ୍ରୀ ପ୍ରତାପ ଚନ୍ଦ୍ର ସାରଙ୍ଗୀ, ଗ୍ରୀନ୍ ଟେକ୍ ଫାଉଣ୍ଡେସନର ସିଇଓ ଶ୍ରୀ କେ ଶରଣ ଏବଂ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ସିଏସ୍ଆର୍ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |

ଜେଏସପିଏଲ ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଶର 700 ରୁ ଉର୍ଦ୍ଧ୍ୱ ଗ୍ରାମରେ କାର୍ଯ୍ୟକ୍ଷମ ବିଭିନ୍ନ କାର୍ଯ୍ୟକ୍ରମର ଅନେକ ରାଉଣ୍ଡ ମୂଲ୍ୟାଙ୍କନ ପରେ ଜେଏସପିଏଲକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିଲା | ଓଡିଶା, ଛତିଶଗଡ ଏବଂ ଝାରଖଣ୍ଡର ସମେତ ଭାରତ ସରକାରଙ୍କର ଆସ୍ପିରେଶନ୍ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଜେଏସପିଏଲ ତାର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ବହୁମୁଖୀ ସ୍ୱାସ୍ଥ୍ୟ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି |

 

ଏହି ପୁରସ୍କାର ଗ୍ରହଣ କରି, ଜେଏସପିଏଲ ଫାଉଣ୍ଡେସନର ଚେୟାରମ୍ୟାନ୍ କହିଛନ୍ତି ଯେ, “ଆମର ସମସ୍ତ ସିଏସଆର ପଦକ୍ଷେପ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଆଧାରରେ ପରିଚାଳିତ | ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଆମେ ପୂର୍ବ ଭାରତର ତିନୋଟି ରାଜ୍ୟରେ 20 ଲକ୍ଷରୁ ଅଧିକ ଲୋକମାନଙ୍କ ପାଖରେ ପହଂଚିପାରିଛୁ | ଏହାଦ୍ୱାରା ସ୍ୱାସ୍ଥ୍ୟ ସେବା ଲୋକମାନଙ୍କ ପାଇଁ ସୁଲଭ ଭାବରେ ଉପଲବ୍ଧ ହୋଇପାରିଛି | ଏହି ସମ୍ମାନଜନକ ପୁରସ୍କାର ପାଇଁ ଜେଏସପିଏଲକୁ ଚୟନ କରିଥିବାରୁ ସେ ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଏବଂ ଜୁରିଙ୍କୁ ଧନ୍ୟବାଦ ଜଣାଇଛନ୍ତି |

 

ଜେଏସପିଏଲ ଦ୍ୱାରା ନିଆଯାଉଥିବା ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମଗୁଡିକ ଗୁଡିକ ମୋବାଇଲ୍ ମେଡିକାଲ୍ ୟୁନିଟ୍ ଠାରୁ ଆରମ୍ଭ କରି ସୁପର ସ୍ପେସିଆଲିଟି ମେଡିକାଲ ପର୍ଯ୍ୟନ୍ତ ପରିବ୍ୟାପ୍ତ

| ଶିଶୁ ତଥା ମାତୃ ମୃତ୍ୟୁହାର କମ କରିବା, ପୁଷ୍ଟିହୀନତା ଦୂରୀକରଣ, କିଶୋର ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତା ନିୟନ୍ତ୍ରଣ, ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ଜେଏସପିଏଲ ଧ୍ୟାନ ଦେଇଥାଏ | ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ଟେଲି ମେଡିସିନ୍ ସହାୟତା କେନ୍ଦ୍ର ସହିତ ଛତିଶଗଡରେ ସୁପର ସ୍ପେସିଆଲିଟି ହସ୍ପିଟାଲ୍, ଓପି ଜିନ୍ଦଲ ଫୋର୍ଟିସ୍ ହସ୍ପିଟାଲ୍,ଏସପିଏଲ ପକ୍ଷରୁ ପରିଚାଳନା କରାଯାଉଛି |

 

ବହୁମୁଖୀ ସିଏସ୍ଆର୍ ପଦକ୍ଷେପ ପାଇଁ, JSPL କୁ ଗୋଲ୍ଡେନ୍ ପିକକ ପୁରସ୍କାର, ମହିଳା ସଶକ୍ତିକରଣ ପାଇଁ FICCI CSR ପୁରସ୍କାର, ପ୍ଲାଟିନମ୍ ବର୍ଗରେ ଗ୍ରୋ କେୟାର ଇଣ୍ଡିଆ CSR ପୁରସ୍କାର ଏବଂ ଅନ୍ୟାନ୍ୟ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି |

Get real time updates directly on you device, subscribe now.