ଜୁନ ୩୦ ରାସନ କାର୍ଡ EKYC ର ଶେଷ ତାରିଖ

ଆପଣ ରାସନ କାର୍ଡରେ ଆଧାର ଲିଙ୍କ କରିନାହାନ୍ତି କି? ଆଉ ସେଥିପାଇଁ ଚିନ୍ତିତ ଅଛନ୍ତି। ହେଲେ କେନ୍ଦ୍ର ସରକାର ଆପଣମାନଙ୍କ ପାଇଁ ଏହି ଡେଡ ଲାଇନକୁ ବୃଦ୍ଧି କରିଛନ୍ତି। ଜୁନ୍ ୩୦ ଯାଏଁ EKYCର ଅବଧି ବଢ଼ାଇ ଦେଇଛନ୍ତି।

ଭୁବନେଶ୍ୱର: ଆପଣମାନେ ରାସନ କାର୍ଡରେ ଆଧାର ଲିଙ୍କ କରିନାହାନ୍ତି କି? ଆଉ ସେଥିପାଇଁ ଚିନ୍ତିତ ଅଛନ୍ତି କି? କେତେବେଳେ ବି କଟିଯାଇପାରେ ଆପଣଙ୍କ ରାସନ କାର୍ଡ। ଆଉ ନ ମିଳିପାରେ ରାସନ। ହେଲେ ଏବେ ସେ ସବୁ ଚିନ୍ତାକୁ ଛାଡ଼ନ୍ତୁ।

କାରଣ କେନ୍ଦ୍ର ସରକାର ଆପଣମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ଆଉ ସେହି ଖୁସି ଖବର ହେଲା ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କର ସମୟସୀମାକୁ ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରାଯାଇପାରିବ ।

ଧାର୍ଯ୍ୟ ସମୟସୀମା ମଧ୍ୟରେ ଆପଣମାନେ ରାସନରେ ଆଧାର ଲିଙ୍କ କରିପାରିବେ। ଆଉ ସରକାରୀ ସୁବିଧାରୁ ବଞ୍ଚିତ ହେବେନି।  ଉପଭୋକ୍ତାଙ୍କୁ ଏବେ ରାସନକାର୍ଡରେ ଆଧାର ଲିଙ୍କ କରିବା ପାଇଁ ୩ ମାସର ସମୟ ଦିଆଯାଇଛି।

ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ରାସନ କାର୍ଡରେ ଆଧାର ଲିଙ୍କର ଡେଡ ଲାଇନ୍ ରହିଥିଲା। ଆଉ ଏହି ସମୟସୀମା ସରିଯିବା କାରଣରୁ ଅନେକ ଲୋକ ଚିନ୍ତାରେ ଥିଲେ। ଯେଉଁମାନେ ଏହି ସମୟସୀମା ମଧ୍ୟରେ ଆଧାର ଲିଙ୍କ କରିନଥିଲେ ସେମାନେ ଚିନ୍ତାରେ ପଡିଯାଇଥିଲେ।

ଯେଉଁମାନେ ଆଧାର ଲିଙ୍କ କରିନଥିଲେ ସେମାନଙ୍କ ମୁଣ୍ଡରେ ଗୋଟିଏ ଚିନ୍ତା ଚାଲିଥିଲା କି ସେମାନଙ୍କ ରାସନ କାର୍ଡ କଟିଯିବ। ଏବଂ ସେମାନେ ଆଉ ରାସନ ପାଇପାରିବେ ନାହିଁ। ହେଲେ କେନ୍ଦ୍ର ସରକାର ଏବେ ସେମାନଙ୍କୁ ଆଶ୍ୱସ୍ତ କରିଛନ୍ତି।

ମାର୍ଚ୍ଚ ୩୧ ତାରିଖ ଯାଏଁ ରାସନ କାର୍ଡରେ ଇକେଓ୍ୱାଇସି ଅପଡେଟ୍ ପାଇଁ ଡେଡଲାଇନ ରହିଥିଲା। ଏହାପରେ ରାଷ୍ଟ୍ରିୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ କାର୍ଡରେ ଥିବା ସମସ୍ତ ବ୍ୟକ୍ତିଙ୍କ ଇକେଓ୍ୱାଇସି କରାଇବା ବଧ୍ୟତାମୂଳକ ରହିଥିଲା।

ତେଣୁ ଏହାକୁ ଆଖିଆଗରେ ରଖି ଏହି ଡେଡ୍ ଲାଇନକୁ ଜୁନ୍ ୩୦ ଯାଏଁ ବଢାଇଦିଆଯାଇଛି। କୁହାଯାଇଛି କି, ଯଦି ଜୁନ ୩୦ ଯାଏଁ ରାସନରେ ଥିବା ସଦସ୍ୟଙ୍କ ଇକେଓ୍ୱାଇସି ବା ଆଧାର ଲିଙ୍କ ହୋଇନାହିଁ। ତେବେ ରାସନରେ ତାଙ୍କ ନାଁକୁ କାଟି ଦିଆଯିବ।