fbpx

ଜୁନ୍ ୯ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ! ଗୋଟିଏ ପଟେ କ୍ୟାବିନେଟ ଶପଥ ଗ୍ରହଣ, ଅନ୍ୟପଟେ ଭାରତ-ପାକ୍ ବିଶ୍ୱକପ୍ ଲଢ଼େଇ

Advertisement

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସନ୍ଧ୍ୟା ୭.୩୦ରେ ମୋଦୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପୂର୍ବରୁ କ୍ୟାବିନେଟରେ ସାମିଲ ହେବାକୁ ଥିବା ମନ୍ତ୍ରୀମାନଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ତରଫରୁ ଫୋନ୍ କଲ୍ ଯାଇଛି । ଶପଥ ନେବା ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ସହିତ ମୋଦୀ ଆଲୋଚନା କରିଛନ୍ତି । ମୋଦୀଙ୍କ ୩.୦ କ୍ୟାବିନେଟରେ ଓଡ଼ିଶାର କିଛି ସାଂସଦ ମଧ୍ୟ ସାମିଲ ହେବେ ବୋଲି କୁହାଯାଉଛି ।

ତେବେ ଗୋଟିଏ ପଟେ ଭାରତ ପରି ଏକ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରର କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେଉଥିବା ବେଳେ ଅନ୍ୟପଟେ ଟି-୨୦ ବିଶ୍ୱକପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ । ଭାରତ-ପାକିସ୍ତାନର ମ୍ୟାଚ ଦେଖିବାକୁ ବିଶ୍ୱର କ୍ରୀଡ଼ାପ୍ରେମୀ ସର୍ବଦା ଉତ୍ସୁକତାର ସହିତ ଅପେକ୍ଷା କରି ରହିଥାନ୍ତି । ତେଣୁ ଏପରି ସ୍ଥିତିରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଆଜିର ମ୍ୟାଚରେ ବିଜୟୀ ହେଉ ବୋଲି ସାରା ହିନ୍ଦୁସ୍ତାନର କ୍ରୀଡ଼ାପ୍ରେମୀ ନିଶ୍ଚୟ କାମନା କରିବେ । ତେବେ ଆଜି ଅର୍ଥାତ ଜୁନ ୯ ତାରିଖ ଭାରତ ପାଇଁ ଏକ ସ୍ପେଶାଲ ଡେ’ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶୁଭ ମୁହୂର୍ତ୍ତ ଦେଖି ଆଜି ସନ୍ଧ୍ୟା ୭.୧୫ରେ ଦେଶର ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ସେହି ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଆରମ୍ଭ ହେବ । ତେଣୁ ଆଜିର ଦିନକୁ ସାର ଭାରତବାସୀଙ୍କ ପାଇଁ ନିଶ୍ଚିତ ଭାବେ ଏକେ ଅଭୁଲା ଦିନ ହୋଇ ରହିବ ।

Get real time updates directly on you device, subscribe now.