fbpx

ଜୁନିୟର ଆସିଷ୍ଟାଣ୍ଟ ପ୍ରିଲିମ୍ସ ପରୀକ୍ଷା ତାରିଖ ଘୋଷଣା କଲା SSB

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା ଓ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ରେ ନିଯୁକ୍ତି ପାଇବାକୁ ଥିବା ଜୁନିୟର ଆସିଷ୍ଟାଣ୍ଟ ପଦକୁ ନେଇ ଆସିଛି ବଡ଼ ଅପଡେଟ୍ । ଜୁନ ମାସ ୧୯ତାରିଖ (ବୁଧବାର) ଦିନ ଏହି ପଦର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଜୟପୁର ଓ ସମ୍ବଲପୁର ଏହି ୫ଟି ଜୋନରେ ପରୀକ୍ଷାର ଆୟୋଜନ କରାଯିବ । ୧୨ ତାରିଖରେ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବଧ ହେବ । ପ୍ରାର୍ଥୀମାନେ ନିଜର ନିଜର ଜନ୍ମ ତାରିଖ ଓ ମୋବାଇଲ ନମ୍ବର ଦେଇ ତାହାକୁ ଡାଉନଲୋଡ୍ କରିପାରିବେ । ଏ ବାବଦରେ କୌଣସି ଜରୁରୀ ଅପଡେଟ୍ ବିଷୟରେ ଜାଣିବା ପାଇଁ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ଏ ବାବଦରେ ରାଜ୍ୟ ଚୟନ ବୋର୍ଡ (ଏସଏସବି) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ୬୦ଟି, ସିଏଚଏସଇରେ ୨୮ଟି ଓ ବିଏସଇରେ ୨୦ଟି ଏପରି ଭାବେ ମୋଟ ୧୦୮ଟି ପଦ ପୂରଣ ହେବ । ବିଜ୍ଞପ୍ତି ପ୍ରକାଶ ପାଇବାର କିଛିଦିନ ପରେ ପ୍ରାର୍ଥୀଙ୍କ ଆବେଦନ ଫିସ୍ ହ୍ରାସ କରାଯାଇଥିଲା । ୧୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଓ ୫୦୦ ଟଙ୍କା ବଦଳରେ ୨୦୦ ଟଙ୍କା କରାଯାଇଥିଲା । ଏହି ସମସ୍ତ ପଦ ପୂରଣ ପାଇଁ ମାର୍ଚ୍ଚ ୧୬ରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ଏପ୍ରିଲ ୧୫ ତାରିଖରେ ସମାପ୍ତ ହୋଇଥିଲା । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ରହିଥିଲା । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା କୋହଳ କରାଯିବ ବୋଲି କୁହାଯାଇଥିଲା ।

ଲିଙ୍କ: https://ssbodisha.ac.in/wp-content/uploads/2024/05/256.pdf

Get real time updates directly on you device, subscribe now.