fbpx

ଜୁନିୟର MVI ମୁଖ୍ୟ ଲିଖିତ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩ ର ଜୁନିୟର ଏମଭିଆଇ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଗତ ୯ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରିଲିମିନାରୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କର ଏକ ଲିଷ୍ଟ ଜାରି କରାଯାଇଛି । ମୁଖ୍ୟ ପରୀକ୍ଷା ପାଇଁ ସିଲେକ୍ଟ ହୋଇଥିବା ୨୪୫ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କର ଲିଷ୍ଟ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ୱେବସାଇଟରେ ଜାରି କରାଯାଇଛି ।

ମୁଖ୍ୟ ଲିଖିତ ପରୀକ୍ଷା ଅଗଷ୍ଟ ମାସ ୩ ତାରିଖରେ ହୋଇପାରେ । ଏହି ପରୀକ୍ଷା ସମ୍ବନ୍ଧିତ ସବିଶେଷ ବିବରଣୀ ଖୁବଶୀଘ୍ର ପ୍ରାର୍ଥୀଙ୍କ ପାଇଁ ଜାରି କରାଯିବ । ତେଣୁ ପ୍ରାର୍ଥୀମାନେ ନିୟମିତ ଭାବେ ଓଏସଏସସିର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସରେ ଜୁନିୟର ଏମଭିଆଇ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ଡିସେମ୍ବର ୨୦ରୁ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ ପାଇଁ ଧାର୍ଯ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ ଅନଲାଇନ୍ ପଞ୍ଜିକରଣ ଅବଧିକୁ ବୃଦ୍ଧି କରାଯାଇଥିଲା ।

Junior MVI

Get real time updates directly on you device, subscribe now.