fbpx

ରତ୍ନଭଣ୍ଡାର କମିଟି ବୈଠକ ପରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା; ‘ତାଲା ନଖୋଲିଲେ ଭଙ୍ଗାଯିବ’

ପୁରୀ: (ଓଡ଼ିଶା ଭାସ୍କର) ରତ୍ନଭଣ୍ଡାର ଖୋଲାଯିବା ନେଇ ବସିଥିବା ବୈଠକ ସମାପ୍ତ । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିଲା କମିଟିର ବୈଠକ । ବୈଠକ ପରେ ପ୍ରତିକ୍ରିୟା ରଖିଲେ ଜଷ୍ଟିସ୍ ବିଶ୍ୱନାଥ ରଥ । “କେବେ ରତ୍ନଭଣ୍ଡାର ଖୋଲାଯିବ ଆସନ୍ତା ୯ ତାରିଖରେ ନିଷ୍ପତ୍ତି । ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଥିବା ନେଇ କହିଲେ ଜଷ୍ଟିସ ରଥ । ୯ ତାରିଖ ବୈଠକରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ । ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ ମୁଖ୍ୟ ପ୍ରଶାସକ । ଚାବି ଉପସ୍ଥାପନ ହେଲା ପରେ କେବେ ଖୋଲାଯିବ ସେହିଦିନ ନିଷ୍ପତ୍ତି ।

ଯଦି ଉକ୍ତ ଚାବିରେ ନଖୋଲେ ତେବେ ତାଲା ଭଙ୍ଗା ଯିବ । ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ କହିଲେ ଜଷ୍ଟିସ ରଥ । ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍‌ଓପି ପ୍ରସ୍ତୁତ କରାଯିବ । ପ୍ରସ୍ତୁତ ଏସ୍‌ଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ । ଡୁପ୍ଲିକେଟ ଚାବିରେ ନଖୋଲିଲେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ । ୯ ତାରିଖରେ ମୁଖ୍ୟ ପ୍ରଶାସକ ଡୁପ୍ଲିକେଟ ଚାବି ଉପସ୍ଥାପନ କରିବେ । ବହୁ ଦଶନ୍ଧି ହେଲାଣି, ଉକ୍ତ ତାଲା ଖୋଲା ଯାଇନାହିଁ । ତଣତି ମଣତି ପାଇଁ ବାହାରୁ ଆସିବେ ବଣିଆ ।” ଏହା ଥିଲା ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା ।

Get real time updates directly on you device, subscribe now.