fbpx

କପୁର ସିଷ୍ଟରଙ୍କ ମଧ୍ୟରେ ତୁ.. ତୁ ..ମେଁ ମେଁ…

ମୁମ୍ବାଇ: କପୁର ସୁଷ୍ଟରଙ୍କ ମଧ୍ୟ ଚାଲିଛି ଶୀତଳ ଯୁଦ୍ଧ । ଦୁହେଁ ଦୁହିଁଙ୍କୁ ଦେଖିଲେ ଡେଉଁଛି ନାହି । କଥାବର୍ତ୍ତା ତ ଦୂରର କଥା ପରସ୍ପରଙ୍କ ଛାଇ ବି ଦେଖୁ ନାହାନ୍ତି । ଆପଣ ଭାବୁଥିିବେ କରିସ୍ମା ଓ କରୀନାଙ୍କ କଥା କହୁଛୁ ବୋଲି । ନା ନା.. ବରଂ କରିସ୍ମା ଓ ତାଙ୍କ ଦାଦ ଝିଅ ତଥା ରିଷି କପୁରଙ୍କ ଝିଅ ରିଧିମା କପୁରଙ୍କ ବିଷୟରେ କହୁଛୁ ।

ଘଟଣା ହେଉଛି କରିସ୍ମାଙ୍କ ଏକ୍ସ ସ୍ୱାମୀ ସଞ୍ଜୟ କପୁରଙ୍କୁ ନେଇ ଦୁଇ ଭଉଣୀଙ୍କ ମଧ୍ୟରେ ହୋଇଛି ମୁହାଁମୁହିଁ । ବି ଟାଉନରେ ହେଉଥିବା ଚର୍ଚ୍ଚା ଶୁଣାଯାଉଛି କି ସଞ୍ଜୟଙ୍କ ପତ୍ନୀ ପ୍ରିୟା ସଚ୍ଚେଦବାଙ୍କ ସହ ମିଶି ପାର୍ଟନରସିପରେ ଜୁଏଲାରୀ ବିଜନେସ୍ କରୁଛନ୍ତି ରିଧିମା । କେବଳ ସେତିକି ନୁହେଁ , ରିଧିମା ଇନଷ୍ଟାଗ୍ରାମରେ ସଞ୍ଜୟଙ୍କ ପୋଷ୍ଟରକୁ ଲାଇକ କରୁଥିବା ବେଳେ ପ୍ରିୟାଙ୍କ ୱେବସାଇଟ୍କୁ ପ୍ରମୋଟ ମଧ୍ୟ କରୁଛନ୍ତି । ହେଲେ ଏହାକୁ ନେଇ ହଜମ କରିପାରୁ ନାହାନ୍ତି ଭଉଣୀ କରିସ୍ମା

ଦୁଇ ଭଉଣୀଙ୍କ ମଧ୍ୟରେ ଚାଲିଛି ତୁ ତୁ ମେଁ ମେଁ … ଏହି ଟେନସନ ଦୂର କରିବାକୁ ଅଣ୍ଟା ଭିଡିଛନ୍ତି ଆଲିଆ ଓ କରୀନା । ଏବେ ସେମାନଙ୍କୁ ଫ୍ୟାମିଲି ପାର୍ଟିରେ ଏକାଠି ଦେଖିବାକୁ ମିଳିଛି । ହେଲେ ଦୁଇ ଜଣଙ୍କ ଏହି ଯୁଦ୍ଧର ସ୍ଥିତିକୁ ସୁଧାରିବାକୁ ଆହୁରି ସମୟ ଲାଗିବ ବୋଲି ଜଣାଯାଇଛି । ଏପରିକି କରିସ୍ମାଙ୍କ ବିବାହରେ ବି ରିଧିମା ସାମିଲ ହୋଇ ନଥିଲେ । ରଣବୀରଙ୍କ ସହ କରିନା ଓ କରିସ୍ମାଙ୍କ ସମ୍ପର୍କ ଭଲ ଥିବା ନେଇ ସୋସିଆଲ ମିଡିଆରେ ସେୟାର କରୁଥିବା ବେଳେ କରିସ୍ମା ଓ ରିଧିମାଙ୍କ ଭିତରେ ସବୁ ବେଳେ କିଛି ନା କିଛି ଯୁଦ୍ଧ ଲାଗି ରହିଥାଏ ।

Get real time updates directly on you device, subscribe now.