fbpx

ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେଲେ କରନ୍ ଜୋହର୍, କଙ୍ଗନା ରନାୱତ୍, ଅଦନାନ୍ ସାମି….

ନୂଆଦିଲ୍ଳୀ: ସୋମବାର ଦିନ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର୍ ଉପସ୍ଥିତ ରହିଛନ୍ତି । ପଦ୍ମ ପୁରସ୍କାରକୁ ତିନୋଟି କାଟାଗୋରୀ ଅନୁସାରେ ପ୍ରଦାନ କରାଯାଉଛି । ସେଗୁଡ଼ିକ ହେଲା ପଦ୍ମବିଭୂଷଣ, ପଦ୍ମଭୂଷଣ ଏପଂ ପଦ୍ମ ଶ୍ରୀ ।

ତେବେ ଏଥିରେ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତ ଏବଂ କଣ୍ଠଶିଳ୍ପୀ ଅଦନାନ୍ ସାମି । ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ସେ ଆଜି ଉପସ୍ଥିତ ରହିଥିଲେ । କେବଳ ସେମାନେ ନୁହନ୍ତି ଫିଲ୍ମ ନିର୍ମାତା କରନ୍ ଜୋହର୍, ଏକତା କପୁର ଏବଂ ଦିବଙ୍ଗତ ଗାୟକ ଏସପି ବାଲସୁଭ୍ରମନ୍ୟମ୍ ଙ୍କୁ ମଧ୍ୟ ଏହି ପଦ୍ମଶ୍ରୀ ପୁରସ୍କାର ଦ୍ୱାରା ସମ୍ମାନିକ କରାଯାଇଛି । ଏମାନଙ୍କୁ କଳା କ୍ଷେତ୍ରରେ ପୁରସ୍କୃତ କରାଯାଇଛି ।

Get real time updates directly on you device, subscribe now.