fbpx

ବଢିଲା କରୀନାଙ୍କ ସମସ୍ୟା, ଏହି ମାମଲାରେ ହାଇକୋର୍ଟ ଜାରି କଲେ ନୋଟିସ୍‌

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ସମସ୍ୟା ନିଜ ପୁସ୍ତକର ଟାଇଟେଲ୍‌କୁ ନେଇ ବଢିଯାଇଛି । ବଲିଉଡ୍ ବେବୋ କରୀନା ନିଜ ପ୍ରେଗନାନ୍ସୀ ସମୟର ଅନୁଭବକୁ ଏକ ପୁସ୍ତକରେ ଲିପିବଦ୍ଧ କରିଛନ୍ତି । ଏହି ପୁସ୍ତକର ନାମ ସେ ରଖିଛନ୍ତି ‘କରୀନା କପୁର ଖାନ୍ ପ୍ରେଗନାନ୍ସୀ ବାଇବେଲ୍‌’ । ପୁସ୍ତକର ନାମରେ ବାଇବେଲ୍ ଶବ୍ଦକୁ ନେଇ ଜବଲପୁରର ସମାଜସେବୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ହାଇକୋର୍ଟ କରୀନାଙ୍କୁ ନୋଟିସ୍ ଜାରି କରିଛନ୍ତି ।
ସମାଜସେବୀ ଖ୍ରୀଷ୍ଟୋଫର ଆନ୍ଥୋନୀ ପୁସ୍ତକର ନାମକୁ ନେଇ ଆପତ୍ତି ଉଠାଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ ଯାହା ଉପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କୋର୍ଟ କରୀନା କପୁର ଓ ପୁସ୍ତକ ବିକ୍ରେତାଙ୍କୁ ଏ ସଂପର୍କରେ ଜବାବ ମାଗିଛନ୍ତି ।

ଖ୍ରୀଷ୍ଟୋଫର ଆନ୍ଥୋନୀ କହିଛନ୍ତି କେବଳ ପୁସ୍ତକର ପ୍ରଚାର ଲାଗି ଏହିପରି ଇସାଇ ଧର୍ମର ପବିତ୍ର ଗ୍ରନ୍ଥର ନାମ ପୁସ୍ତକର ଟାଇଟେଲ୍‌ରେ ରଖି କରୀନା କପୁର ଶସ୍ତା ଲୋକପ୍ରିୟତା ହାସଲ କରିବା ଲାଗି ଚେଷ୍ଟା କରିଛନ୍ତି । ସେ କହିଛନ୍ତି ବାଇବେଲ୍ ସାରା ବିଶ୍ୱରେ ଏକ ପବିତ୍ର ଗ୍ରନ୍ଥ ଓ କରୀନା କପୁରଙ୍କ ପ୍ରେଗନାନ୍ସୀର ତୁଳନା ଏହା ସହ କରିବା ଭୁଲ୍ ଅଟେ । ଏହାଦ୍ୱାରା ତାଙ୍କ ଧାର୍ମିକ ଭାବନା ଉପରେ କୁଠାରଘାତ ହୋଇଛି ବୋଲି ସେ କହିଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ କି ୨୦୨୧ରେ ଏହି ପୁସ୍ତକ ଛପା ଯାଇଥିଲା ଯେଉଁଥିରେ ୪୩ ବର୍ଷୀୟ ବେବୋ ନିଜର ପ୍ରେଗନାନ୍ସୀ ଜର୍ଣ୍ଣିଂ ବିଷୟରେ ବର୍ଣ୍ଣନା କରିଥିଲେ ।

Get real time updates directly on you device, subscribe now.