Video; ଟ୍ରାଫିକ୍ ରୁଲ୍ ଭାଙ୍ଗି ଆଡମିସନ ଫି’ରୁ ଜରିମାନା ଦେଲେ ଛାତ୍ର, କୋଳେଇ ନେଇ ଟଙ୍କା ଫେରାଇ ଦେଲେ ମହିଳା SI

ନୂଆଦିଲ୍ଲୀ: ରାସ୍ତାରେ ଠିଆ ହୋଇ ଟ୍ରାଫିକ୍ ପୁଲିସର କାମ ହେଉଛି ଲୋକଙ୍କୁ ସଚେତନ କରିବା, ଖରା ହେଉ କି ବର୍ଷା କଠିନ ପରିଶ୍ରମ କରିଥାନ୍ତି ଏହି ପୋଲିସ ଭାଇ-ଭୋଉଣି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଉଦାରତା ଦେଖିବାକୁ ମିଳୁଛି। କର୍ଣ୍ଣାଟକର ବାଗଲକୋଟରୁ ସାମ୍ନାକୁ ଆସିଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ୟୁଜର୍ସ ମାନେ ମହିଳା ସବ୍ ଇନ୍ସପେକ୍ଟରଙ୍କୁ ତୀବ୍ର ପ୍ରଶଂସା କରୁଛନ୍ତି ଏବଂ କାହିଁକି ନୁହେଁ, ମହିଳା ଇନ୍ସପେକ୍ଟର ଏହି କାମ କରିଛନ୍ତି । ବାସ୍ତବରେ କର୍ଣ୍ଣାଟକର ବାଗଲକୋଟରେ ଜଣେ ମହିଳା ସବ୍ ଇନ୍ସପେକ୍ଟର ଜଣେ ଯୁବକଙ୍କୁ ଚାଲାଣ ଟଙ୍କା ଫେରାଇ ଦେଇଥିଲେ। ବାଇକ୍ ରେ ୩ ଜଣ ବସିଥିବା ଜଣାପଡ଼ିଥିଲା। ଏହାପରେ ମହିଳା ସବ୍ ଇନ୍ସପେକ୍ଟର ସେମାନଙ୍କୁ ଦେଖି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ବାଇକ୍ ଚାଳକଙ୍କ ଚାଲାଣ କାଟି ଦେଇଥିଲେ। ଏହା ସହ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। ଜରିମାନା ଆଦାୟ କରିବା ପରେ ମହିଳା ସବ୍ ଇନ୍ସପେକ୍ଟର ଜାଣିବାକୁ ପାଇଥିଲେ ଯେ ଏହି ଟଙ୍କା ଯୁବକଙ୍କ କଲେଜ ଫି’ ଥିଲା।

ମହିଳା ସବ୍ ଇନ୍ସପେକ୍ଟର ଏ ବିଷୟରେ ଜାଣିବା ମାତ୍ରେ ଯୁବକ ଜଣକ ତାଙ୍କୁ ଫୋନ୍ କରି ଟଙ୍କା ଫେରାଇ ଦେଇଥିଲେ। ମହିଳା ଇନ୍ସପେକ୍ଟର ପିଲାଙ୍କୁ କୋଳେଇନେଇ ଟଙ୍କା ଫେରାଇ ଦେଇଥିଲେ, ଏହା ଦେଖି ଆଖପାଖରେ ଠିଆ ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେମାନେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ । ଏହା ଦେଖି ଯୁବକଙ୍କ ଆଖିରେ ଲୁହ ଆସିଯାଇଥିଲା। SI ଜଣକ ପିଲାଙ୍କୁ ଆଲିଙ୍ଗନ କରି ଯୁବକଙ୍କ ପକେଟରେ ଟଙ୍କା ରଖିଥିଲେ। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

 

Get real time updates directly on you device, subscribe now.