fbpx
BSKY
BJD MC SKY
BJD YOUTH SKY

BJPକୁ ପୁଣି ବଡ଼ ଝଟକା: ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନୀ ବାତାବରଣ ଛାଇ ରହିଛି । ଆସନ୍ତା ମାସରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ ଓ ପଞ୍ଜାବର ଜଳନ୍ଧର ଲୋକସଭା ଆସନରେ ଉପନିର୍ବାଚନ ହେବ । ମେ ମାସ ୧୦ ତାରିଖରେ ଏହି ଦୁଇ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ସମାନ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥର କର୍ଣ୍ଣାଟକର ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି ।

ତେବେ ନିର୍ବାଚନ ପୂର୍ବରୁ ଦଳବଦଳ ପ୍ରକ୍ରିୟା ଏକ ସାଧାରଣ କଥା । ଗତ ନିର୍ବାଚନରେ ରାଜ୍ୟରେ ବହୁମତ ହାସଲରୁ ବଞ୍ଚିତ ରହିଥିବା ବିଜେପି ଏଥର ରାଜ୍ୟରେ ବହୁମତ ହାସଲ କରି ସରକାର ଗଠନ କରିବା ନେଇ ରଣନୀତି ଆରମ୍ଭ କରିଦେଇଛି । ଦଳ ୫୨ ଜଣ ନୂଆ ଚେହେରାଙ୍କୁୁ ସୁଯୋଗ ଦେବା ଓ ବହୁ ପୁରୁଖା ନେତାଙ୍କୁ ଅଣଦେଖା କରିବା ବିଜେପିକୁ ମହଙ୍ଗା ପଡ଼ିଛି । ଜଣଙ୍କ ପରେ ଜଣେ ବିଜେପି ବିଧାୟକ ଓ ବରିଷ୍ଠ ନେତା ଦଳ ଛାଡ଼ୁଛନ୍ତି ।

ତେବେ ଏହା ମଧ୍ୟରେ ଆଜି ରାଜ୍ୟ ବିଜେପିର ଜଣେ ହେଭିୱେଟ୍ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳ ଛାଡ଼ିଛନ୍ତି । ରାଜ୍ୟ ବିଜେପିର ପୂର୍ବତନ ଅଧ୍ୟକ୍ଷ ଜଗଦୀଶ ଶେଟ୍ଟର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିବା ପରେ ଜଗଦୀଶ ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ସାକ୍ଷାତ କରିଥିଲେ । ଏପରିକି ତାଙ୍କୁ ଅଣଦେଖା କଲେ ଦଳ ୨୦-୨୫ଟି ସିଟ୍ ହରାଇପାରେ ବୋଲି ଜଗଦୀଶ କହିଥିଲେ । ତାଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସ୍ପଷ୍ଟ କରିବା ପରେ ଜଗଦୀଶ ଦଳ ଛାଡ଼ିବା ନିଷ୍ପତ୍ତି ନେଇଥିଲେ । ତେବେ ବିଜେପି ଛାଡ଼ୁ ଛାଡ଼ୁ ଜଗଦୀଶଙ୍କୁ କଂଗ୍ରେସରୁ ଅଫର ଆସିଛି ।

Get real time updates directly on you device, subscribe now.